ଦାଶରଥି ମାର୍ଗ ପାଇଁ ଆରମ୍ଭ ହେଲା କାର୍ଯ୍ୟ ପ୍ରକ୍ରିୟା ,ଫଳକ ପାଇଁ ସ୍ଥାନ ନିରୂପଣ କାଲେ ଯୋଜନା ବୋର୍ଡ ଅଧକ୍ଷ୍ୟ





ନୟାଗଡ ଜିଲ୍ଲା (ନୂଆଗାଁ ବ୍ଲକ)ଆସନ୍ତା ୧୯ ତାରିଖରୁ ୨୩ ତାରିଖ ମଧ୍ୟରେ ଓଡିଶାର ମହାମହିମ ରାଜ୍ୟପାଳ ମହୋଦୟ  ଦାସିଆଅଜଙ୍କ ବିଶ୍ଵ ପ୍ରସିଦ୍ଧ ପାଠଗାର ,ସଂରାଳୟ,ଗବେଷଣା କେନ୍ଦ୍ରକୁ ସ୍ଵତନ୍ତ୍ର ଭାବରେ  ପରିଦର୍ଶନ ରେ  ଆସିବେ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଗ୍ରସ୍ତ ଅବସରରେ ନୂଆଗାଁ ମୁଦୁରାଙ୍ଗ ଛକ NH୫୭ ଠାରୁ ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୂର ପର୍ଯ୍ୟନ୍ତ ରାସ୍ତାକୁ ପଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ନାମରେ ନାମିତ କରିବା ପାଇଁ ମହାମହିମ ରାଜ୍ୟପାଳ ଦାସିଆ ଅଜାଙ୍କ ସ୍ମୃତି ଉଦେଶ୍ୟରେ ଲୋକର୍ପଣ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି ।


ଏହାକୁ ସଫଳ ରୂପାୟନ ତଥା ଲୋକର୍ପଣ ଫଳକ ସ୍ଥାନ ପରିଦର୍ଶନ କରିଛନ୍ତି ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ପ୍ରଶାନ କୁମାର ପାଟଶାଣି
,ଗୋସ୍ଥିଉନୟନ ଅଧିକାରୀ ନୂଆଗାଁ ,ନୂଆଗାଁ ବ୍ଲକ ଅଧକ୍ଷ୍ୟା,ସମାଜ ସେବି ସଂକର୍ଷଣ ବେହେରା ,ରମେଶ ଚନ୍ଦ୍ର ପ୍ରଧାନ ,ଗୋଲେଖ ଗୋଛାୟତ ,ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ସହିତ ଦାସିଆ ଅଜାଙ୍କ ନାତି ଦୀପକ ପଟନାୟକ ପ୍ରମୁଖ ସ୍ଥାନ ନିରୂପଣ କ୍ଷେତ୍ର ପରିଦର୍ଶନ କରିଥିଲେ
। 
।https://youtu.be/J_BLYr13Zt0




Post a Comment

0 Comments