ନୟାଗଡ ଜିଲ୍ଲା(ନୂଆଗାଁ ବ୍ଲକ ) ଦୂରଦୂରା ପଞ୍ଚାୟତ ଅନ୍ତର୍ଗତ ବକଳବନ୍ଧ ଗ୍ରାମରେ ଜାଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଦୁଇବଖରେ ଚାଳଘର ପୋଡିବା ସହିତ ଆସବାବ ପାତ୍ର ଜଲିଯାଇଛି । ଆଜି ଦିନ ୨ଘଟିକା ସମୟରେ କୌଣସି କାରଣ ବଶତଃ ବକଳବନ୍ଧ ଗ୍ରାମର କିଶୋର ସ୍ଵାଇଁ ଙ୍କ ଘରେ ରୋଷେଇ ଘରେ ନିଆଁ ଲାଗିଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ନିଆଁ ର ପ୍ରଭାବ ଅତି ତୀବ୍ର ମାତ୍ର ରେ ବ୍ୟାପୀ ଯାଇଥିଲା । ଯାହା କି କିଶୋର ସ୍ବାଇଙ୍କର ରୋଷେଇ ଘର ସହିତ ନିକଟରେ ଥିବା ଆଉଗୋଟିଏ ଘର ମଧ୍ୟ ଜଳି ଯାଇଥିଲା । ନୂଆଗାଁ ଅଗ୍ନିସମ ବାହିନୀ ଖବର ପାଇବା ପରେ ସେଠାରେ ପହଞ୍ଛି ନିଆଁ କୁ ଅକାଟ କରିଥିଲେ
। ସେମାନେ ଯାହା ମତ ଦିଅନ୍ତି ଦୁଇବଖରା ଘର ଜଳିବ ସହିତ ବହୁ ମୂଲ୍ଯବାନ ଆସବାବ ପାତ୍ର ଓ ରୋଷେଇ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି ।
0 Comments