ନୟାଗଡ ଜିଲ୍ଲା ଦୂରଦୂର ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମୁଖରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଛନ୍ତି । ଅନୋଦୋଳନର ମୁଖ୍ୟ କାରଣ ଥିଲା ପ୍ରଧାନ ଶିକ୍ଷକ ନିଯୁତି ଓ ଶ୍ରେଣୀ ଗୃହର ଅଭାବ ।
ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ,ଅଭିଭାବକ ବିଦ୍ୟାଳୟ ସମୁଖରେ ଗଣ ଧାରଣା ଦେଇ ଅଛନ୍ତି । କାରଣ ବିଦ୍ୟାଳୟ ମଧ୍ୟରେ ନୂତନ କରି ହାଇସ୍କୁଲ ଆରମ୍ଭ ହିଇଥିଲେ ମଧ୍ୟ ଅଦ୍ୟବାଦୀ ସ୍ଥାଇ ପ୍ରଧାନ ଶିକ୍ଷକ ନିଖୁକ୍ତି ହୋଇନାହିଁ । ତତ ସହିତ ବିଜ୍ଞାନ ଶିକ୍ଷକ ,ଖେଳ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି ।
ଯାହାକି ଛାତ୍ର ଛାତ୍ରୀ ଅଭିଭାବକ ମହଲରେ ଅଶାନ୍ତି ଦେଖା ଦେଇଛି । ସେମାନେ ମତ ଦିଅନ୍ତି ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଛି ହେଲେ କୌଣସି ସମାଧାନ ମିଳିନାହିଁ । ପିଲା ମାନଙ୍କର ଭବିଷ୍ୟତ ଅନ୍ଧକାର ହୋଇଯାଉଛି ।
ଶ୍ରେଣୀ ଗୃହ ନାହିଁ ଯଦ୍ୱାରା ଛାତ୍ର ଛାତ୍ରୀ ବାରଣ୍ଡାରେ ଶିକ୍ଷା ନେଉଛନ୍ତି । ଯାହାକି ଆନ୍ଦୋଳନର ମୁଖ୍ୟ କାରଣ ହୋଇଯାଇଛି । ସେଥିପାଇଁ ଆଜି ସକାଳ ୯ ଘଟିକା ରୁ ଛାତ୍ର ଛାତ୍ରୀ ଅଭିଭାବକ ବିଦ୍ୟାଳୟର ସମୁଖ ଫାଟକ ବନ୍ଦ କରି ତାଲା ପକାଇ ଗଣଧାରଣାରେ ବସିଛନ୍ତି । ଏହି ସବୁ ସମସ୍ୟାର ସ୍ଥାଇ ସମାଧାନ କରାନଗଲେ ଏହି ଆନ୍ଦୋଳନ ଅନଦିଷ୍ଟ କାଳ ଧରି ଚାଲିବ ବୋଲି ଅଭିଭାକ ମହଲରୁ ସୂଚନା ମିଳିଛି ।
0 Comments