ଖାଲମଡାପତ୍ର ସାହି ଓ ଲୁଣିସରା ଛକରେ ଦୃଘଟଣା.

 


ନୂଆଗାଁ ବ୍ଲକର ବିଭିର୍ନ୍ନ ସ୍ଥାନରେ  ବାଇକ ଦୃଘଟଣା. ଆଜି ମିଳିଥିବା ସୂଚନା ମତାବକ ମଧ୍ୟାନ୍ନ ସମୟରେ ଖାଲମଡା ପତ୍ର ସାହି ନିକଟରେ ସେହି ଗ୍ରାମର ପବନା ନାୟକ ସାଇକେଲ ଯୋଗେ ଘରକୁ ଆସୁଥିବା ସମୟରେ ଏକ ବାଇକ ଧକା ଦେବାରୁ ସାଇକେଲ ସହିତ ରାସ୍ତା ଉପରେ ପଡ଼ି ଗୁରୁତ୍ୱର ହୋଇ ପଡ଼ିଥିଲେ.ତାଙ୍କୁ ସାଙ୍ଗେ ସାଙ୍ଗେ ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା.ସାଇକେଲଟି ମଧ୍ୟ ଭାଙ୍ଗିଯାଇଥିବାର ସ୍ଥାନୀୟ ଲୋକ ଏହି ସୂଚନା ଦେଇଛନ୍ତି.


ନୂଆଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଆପଚୀ ବାଇକଟିକୁ ଜବତ କରି ଥାନାକୁ ଅଣାଯାଇଥିବା ସ୍ଥଳେ ଘଟଣା ସ୍ଥଳରୁ ବାଇକ ଆରୋହୀ ଚମ୍ପଟ ମାରିଥିଲା. ଠିକ ସେହିପରି ଲୁଣିସରା ଛକରେ ମଧ୍ୟ ଘଟିଛି ଦୃଘଟଣା ଏଥିରେ କନ୍ଦଳବ ଗ୍ରାମର ଜଣେ ବ୍ୟକ୍ତି ଗୁରୁତ୍ୱର ହୋଇପଡ଼ିଥିଲେ. ତାଙ୍କୁ ଅଗ୍ନିଶମ ଗାଡି ଦ୍ୱାରା ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତର କରାଯାଇଛି. ଘଟଣା ସ୍ଥଳରୁ ବାଇକ ଜବତ କରିଚି ନୂଆଗାଁ ପୋଲିସ.

Post a Comment

0 Comments