୪୦ କେଜି ଗଞ୍ଜେଇ ଜବତ, ଶଗଡା ଅଞ୍ଚଳର ଜଣେ ଗିରଫ
ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରୁ ୪୦ କେଜି ଗଞ୍ଜେଇ ଏକ ବାଇକ୍ ସହ ଜଣକୁ ଗିରଫ କରିଛି ବାଉଁଶୁଣୀ ପୋଲିସ l ଗିରଫ ଅଭିଯୁକ୍ତ ହେଲେ ଶଗଡା ଗ୍ରାମପଞ୍ଚାୟତ ଭରୁଆ ଗ୍ରାମର ବିକେସନ ଭୋଇନା ବୋଲି ଜଣାପଡିଛି l ଶଗଡା ଅଞ୍ଚଳରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଳାଣ ହେଉଥିବା ବାଉଁଶୁଣୀ ପୋଲିସ କୌଣସି ସୂତ୍ର ରୁ ଖବର ପାଇଥିଲା l ଏହା ପରେ ଯୋଜନା ମୁତାବକ ପୋଲିସ ଯାଇ କଣ୍ଠା ଛକ ନିକଟରେ ଛକି ବସିଥିଲା l ସେହି ସମୟରେ ଜଣେ ବାଇକ୍ ଯୋଗେ ଦୁଇଟି ବସ୍ତା ଲୋଡ କରି ଆସିଥିଲା l ପୋଲିସ ତାକୁ ଅଟକାଇ ଯାଞ୍ଚ କଲା ପରେ ସେଠାରୁ ଗଞ୍ଜେଇ ବାହାରିଥିଲା l ପୋଲିସ ଏକ ମାମଲା ରୁଜୁକରି ଆଜି ମାଜିଷ୍ଟ୍ରେଟ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ୪୦ କେଜି ହୋଇଥିଲା l ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି l
0 Comments