ନୟାଗଡ ଚାଇଲଡ ଲାଇନ ଆଜି ସକାଳ 5ଟା ସମୟ ରେ ଏକ ନାବାଳିକା କୁ ନୂଆଗାଁ ଷ୍ଟେସନ ରୁ ଉଦ୍ଧାର କରା ଯାଇ ଥିଲା.
ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରୁ ନାବାଳିକା ଉଦ୍ଧାର କରାଯାଇଛି
। ଘଟନା ସୂତ୍ରରୁ ଜଣାପଡ଼େ କାଲି ବିଳମ୍ବ ରାତିରେ ନାବାଳିକାଟି ଟ୍ରେନରେ ଆସି ନୂଆଗାଁ ଷ୍ଟେସନ ରେ ବୁଲୁଥିବାର ଷ୍ଟେସନ RPF ପିଲାଟିକୁ
ଦେଖିଥିଲେ । ପିଲାଟିକୁ ବୁଝିବା ପରେ ଜଣା ପଡିଲା
ପିଲାଟି ହିନ୍ଦୀ ଭାଷାରେ କହୁଛି ସେ ଉତ୍ତରପ୍ରଦେଶର
ପ୍ରୟାଗରାଗ ବୋଲି ସେ କହିଥିଲା । ତାକୁ ସୁରକ୍ଷିତ ଭାବରେ ଷ୍ଟେସନ ମଧ୍ୟରେ ବସାଇଥିଲେ । ତତ ଚାଇଲଡ
ଲାଇନ 1098 ଖବର ଦିଆଯାଇଥିଲା । ଚାଇଲଡ ଲାଇନ ଟିମ ସେ ପିଲାକୁ ଉଦ୍ଧାର କରି ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ରେ
ହାଜର କରିଥିଲେ । ତତପରେ ନାବାଳିକାଟିକୁ
ସଖୀକେନ୍ଦ୍ରରେ ରଖାଯାଇଛି.ଘଟନା ସ୍ଥଳରେ ନୂଆଗାଁ ଷ୍ଟେସନ ମାଷ୍ଟ୍ର ସରୋଜ ରାଉତରାୟ, RPF ସୁବ୍ରତ ମହାରଣା ଓ ଚାଇଲଡଲାଇନ ର କାଉନଶିଳର
ଚନ୍ଦ୍ରଶେଖର ବେହେରା ଓ ସୁଜାତା ବେହେରା ଉପସ୍ଥିତ ଥିଲେ.
0 Comments