ଖବର ଆଜିର


 ୧-ଆଜିଠାରୁ ସକାଳୁଆ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ।

୨-ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ, ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ।

୩-ରାଜ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ସମ୍ଭାବନା, ଆଜିଠୁ କମିପାରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା।

୪-ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୧୭ ଓ ୧୮ ତଥା ସୋମବାର ଓ ମଙ୍ଗଳବାର ସମ୍ବଲପୁର ଜିଲାର ସବୁ ସ୍କୁଲ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

୫-ପୁରୀ: ଦାରୁବ୍ରହ୍ମଙ୍କ ପଇତା ଲାଗି ନୀତି ପାଇଁ ଆଜି ୪ ଘଣ୍ଟା (ସଂଧ୍ୟା ୬ରୁ ରାତି ୧୦) ଦର୍ଶନ ବନ୍ଦ।

୬-ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ :ମୋବାଇଲ୍‌ ଅଛି, କଲ୍‌ ଯାଉନି; 5G ଯୁଗରେ ବି ମିଳୁନି 2G ସୁବିଧା।

୭-ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦାଦା ୱାଇ ଏସ୍‌ ଭାସ୍କର ସିବିଆଇ ଦ୍ବାରା ରେଡ୍ଡୀ ଗିରଫ।

୮-ସୁନ୍ଦରଗଡ଼:ମେଡିକାଲ କଲେଜରେ ନିଯୁକ୍ତି ନାଁରେ ଠକେଇ ମାମଲା, ୫ ଗିରଫ, ୫୦ଜଣଙ୍କଠୁ ୩୦ଲକ୍ଷ ଆଦାୟ।

୯-ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି, ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ।

୧୦-କିଟ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଜିତିଲେ ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍‌ , ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

୧୧-ଅବକାରୀ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ:୪୯ ହଜାର ୨୨୧ ନିଶାବେପାରୀ ଗିରଫ।

୧୨-ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ଉଦଯାପିତ ହେଲା ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା।

୧୩-ଭଦ୍ରକ:ଆପଣ୍ଡା ଛକରେ ୧୪୪ ଧାରା ଲାଗୁ, ୧୮ ତାରିଖ ଯାଏଁ ଜାରି ରହିବ କଟକଣା।

୧୪-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେବି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ :୨ ଜଣ ଗିରଫ।

୧୫-ପ୍ରୟାଗରାଜରେ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍‌ ବନ୍ଦ, ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ।

୧୬-ଓଡ଼ିଶାର ସରପଞ୍ଚଙ୍କ ଉପରେ ବଲିଉଡ୍ ଫିଲ୍ମ । ଗଞ୍ଜାମ ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ବାୟୋପିକ୍।

୧୭-ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ଏଣ୍ଟ୍ରାନ୍ସ , ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା।

୧୮-ସାମସନ ,ହେତମେୟରଙ୍କ ପ୍ରହାର, ଗୁଜୁରାଟକୁ ହରାଇଲା ରାଜସ୍ଥାନ।

୧୯-ଜାତୀୟ ରାଜନୀତିରେ ବଡ ହଲଚଲ୍, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ସିବିଆଇ ଜେରା।

୨୦-ଦୁବାଇ: ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୧୬ ମୃତ।

Post a Comment

0 Comments