ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ନିକଟରେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୀପୁର ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି.
ଆଜିର ବୈଠକରେ ମହାବିଦ୍ୟାଳୟର ଅଧକ୍ଷ ନିରଞ୍ଜନ ଦାସ ପ୍ରସ୍ତୁତି ବୈଠକ ଡାକିଥିଲେ . ନୂତନ କରି ଆରମ୍ଭ ହେବାକୁଥିବା ବିଦ୍ୟାଳୟର ସମ୍ପର୍କରେ ବିସ୍ତୃତ ଅଭିଭାଷଣ ମାଧ୍ୟମରେ ବିଦ୍ୟାଳୟ କମିଟି ପ୍ରସ୍ତୁତି. ଛାତ୍ର ଛାତ୍ରୀ ନାମ କିଭଳି ପ୍ରକ୍ରିୟାରେ କରାଯିବ ସେ ନେଇ ଆଲୋଚନା କରିଥିଲେ. ପ୍ରସ୍ତାବ କ୍ରମେ ବିଦ୍ୟାଳୟ କମିଟି ଗଠନ କରାଯାଇଥିଲା.
ଆଜିର ପ୍ରସ୍ତୁତି ବୈଠକରେ ସୁଦର୍ଶନ ସିଠ ଙ୍କ ଅଧକ୍ଷତରେ ମହୀପୁର ଅଂଚଳର 32ଜଣ ଶିକ୍ଷାବିତ ଯୋଗ ଦେଇଥିଲେ.ତତ ସହିତ ମହୀପୁର ସରପଞ୍ଚ ତ୍ରିନାଥ ବେହେରା , ସମିତିସଭ୍ୟା, ପୂର୍ବତନ ସରପଞ୍ଚ ଅରୁଣ କୁମାର ସାହୁ,ପ୍ରତୀକ୍ଷା ୱେବ ମିଡ଼ିଆ ସମ୍ପାଦକ ଚିନ୍ମୟ ପ୍ରଧାନ,ମହୀପୁର ଗ୍ରାମର ସଭାପତି ରମେଶ ଚନ୍ଦ୍ର ସାହୁ ସମେତ ମାଳିସର, ନଦୀଘୋସପୁର, ନୀଳାଦ୍ରିପୁର, ମାଇଛେଳି, ବ୍ରଜସୁନ୍ଦରପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ. ମହୀପୁର ସରକାରୀ ହାଇସ୍କୁଲ ର ପରିଚାଳନା କମିଟିର ଅଧକ୍ଷ, ଉପାଧକ୍ଷ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ.
0 Comments