ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ପ୍ରବେଶିକ ପରୀକ୍ଷା ଦେଇଥିଲେ।ଆଜି ନୂଆଗାଁ ଆଦର୍ଶ ବିଦ୍ୟାଳୟ ର ହୋଇଥିବା ପ୍ରବେଶିକା ପରୀକ୍ଷା ର ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି।ଷଷ୍ଠ ଶ୍ରେଣୀ ପାଇଁ ୮୦ ଟି ସିଟ ଥିବାବେଳେ ଏସ ଇ ବି ସି ଜାତିର ୪୭ ଜଣ ଛାତ୍ର ଛାତ୍ରୀ, ଏସ୍ ସି ଜାତି ର ୨୦ ଜଣ ଛାତ୍ର ଛାତ୍ରୀ, ଏସ ଟି ଜାତିର ୧୦ ଜଣ ଛାତ୍ର ଛାତ୍ରୀ ଏବଂ ଜେନେରାଲ ଜାତିର ୩ ଜଣ ଛାତ୍ର ଛାତ୍ରୀ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଥିବା ମେରିଟ ଲିଷ୍ଟ ରେ ପ୍ରକାଶ ପାଇଛି। । ନାମ ଲେଖା ପ୍ରକ୍ରିୟା ୬ ତାରିଖ ପର୍ଯ୍ୟନ୍ତ ଅଫ ଲାଇନ ରେ ଚାଲିବ ବୋଲି ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
0 Comments