ଉଦଘାଟିତ ହେଲା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲିଶ୍ରୀ ମେଳା

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମ ପଞ୍ଚାୟତ ମଧ୍ୟରେ  ସାଂକୃତିକ କାର୍ଯ୍ୟକ୍ରମ  ଉଦଘାଟିତ ହୋଇଯାଇଛି.ଅଞ୍ଚଳର  ପୁରାତନ ପରମ୍ପରା କୋରଡ଼ା ଗଡ଼ ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା. ବହୁ ଆବାହନ କାଳରୁ ହେଉଅଛି ଏହି ପାରମ୍ପରିକ ଲୋକ ଉତ୍ସଵ 'କୋରଡ଼ା ଲଙ୍କା ପୋଡି '. ଚଳିତ ବର୍ଷ ଏହି ଉତ୍ସଵ ଅତି ଆଡ଼ମ୍ବର ଭାବରେ ଚାରୀ ଦିନ ଧରୀ ପାଳନ ହେବ. ଆଜି ସନ୍ଧ୍ୟାରେ ମଶାଲ ଶୋଭା ଯାତ୍ରା ରୁ ଆରମ୍ଭ ହୋଇଥିଲା ଏହି ମହାତ୍ସବ. ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଉପସ୍ଥିତିରେ ଉଦଘାଟିତ ହୋଇଥିଲା ଆଜିର ପଲିଶ୍ରୀ ମେଳା ଓ ମହୋତ୍ସବ. ଆଜିର ସଂନ୍ଧ୍ୟାରେ ପାରମ୍ପରିକ ଭାବରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା. ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନଧି ସଂକର୍ଷଣ ବେହେରା,

ଗୋଲେଖ ଗୋଛାୟତ,ସଭାପତି ମହୋତ୍ସବ କମିଟି ଗ୍ରାମର ସଭାପତି, ସମ୍ପାଦକ, ନିରୁପମା ପାତ୍ର କୋରଡ଼ା ସରପଞ୍ଚ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବସନ୍ତ ମିଶ୍ର. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନପ୍ରମୁଖ ଉପସ୍ଥିତ ରହି ଉଦଘାଟିତ କରିଥିଲେ. 

Post a Comment

0 Comments