ନୂଆଗାଁ ବ୍ଲକ ମସ୍କାବାରୀ ଗ୍ରାମରେ ଆରମ୍ଭ ହୋଇ ଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। . ପାରମ୍ପରିକ ରୀତି ନୀତିରେ ଶ୍ରୀ ଶ୍ରୀ ଭଗବତ ଜୀଉଙ୍କ ମନ୍ଦିର ସମୁଖରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି. ଗ୍ରାମର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଏହି ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମ ରେ ଯୋଗଦେଇଅଛନ୍ତି। ଆଖପାଖ ମସ୍କାବାରୀ ମୌଜାର ବିଭିର୍ନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଲ ଯୋଗ ଦେଇଥିଲେ । ଖମାରଶାହୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ,ସଂପଡା ମହିଳା ସଂକୀର୍ତ୍ତନ ମଣ୍ଡଳୀ,କସିକିଆରୀ ସଂକୀର୍ତ୍ତନ ମଣ୍ଡଳୀ , ରଗଡିସାହି ସଂକୀର୍ତ୍ତନ ମଣ୍ଡଳୀ ,ମସ୍କବାରି ସଂକୀର୍ତ୍ତନ ମଣ୍ଡଳୀ ,ମସ୍କବାରି ନୂଆ ସାହି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ହରିବୋଲ ହୁଳହୁଳିରେ ସାରା ଗ୍ରାମ କମ୍ପୁଥିଲା । ୨୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
0 Comments