ନୟାଗଡ ଜିଲ୍ଲା ଦଶପଲ୍ଲାନିର୍ବାଚନ ମଣ୍ଡଳୀ ନୂଆଗାଁ ରେ ଖୋଲିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ।ତହସିଲ ଅଧିନସ୍ଥ ସମସ୍ତ ପଞ୍ଚାୟତର ଜନ ସାଧାରଣ ନିଜର ଜମିଜମା ରେଜେଷ୍ଟି କରିବାପାଇଁ ନୟାଗଡ ଓ ଓଡଗାଁ ଯିବାକୁ ପଡିବ ନାହିଁ । ପ୍ରଥମେ ନୂଆଗାଁ ତହହୀଲଦାର ହେମନ୍ତ କୁମାର ନାୟକ ନାରିକେଳ ଭାଙ୍ଗି ଶୁଭାରମ୍ଭ କରିଥିଲେ ।
ନୟାଗଡ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଫଳକ ଉନ୍ମୋଚନ କରି କାର୍ଯ୍ୟାଳୟ କୁ ବିଧିବଧ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା , ୧୭ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମାଦଳବେହେରା ଯୋଗଦେଇଥିଲେ । ତତ ସହିତ ନୂଆଗାଁ ବ୍ଲକ ୨୨ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ,ସମିତିସଭ୍ୟ ଯୋଗଦେଇଥିଲେ ।
ତହସିଲ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ କୃତଜ୍ଞତା ସଭାର ଆୟୋଜନ କରଯାଇଥିଲା । ସବ ରେଜିଷ୍ଟର ଭାବରେ ହେମନ୍ତ କୁମାର ନାୟକ କାର୍ଯ୍ୟ ପରିଚାଳନା କରିବେ । ଏଥିରେ ବୁହୁସଂଖ୍ୟାରେ ବିଭିର୍ଣ୍ଣ ଏସଏସଜି ଗ୍ରୁପ୍ର ମହିଳା ମାନେ ଯୋଗ ଦେଇଥିଲେ । ମାନ୍ୟବର ବିଧାୟକଙ୍କ ଚେଷ୍ଟା ରେ ନିବନ୍ଧକଙ୍କ କାର୍ଯ୍ୟାଳୟ। ହୋଇଥିବାରୁ ନୂଆଗାଁ ଅଞ୍ଚଳବାସୀ ବିଧ୍ୟକଙ୍କୁ ସାଧୁବାଦ ଜଣାଇଛନ୍ତି ।
0 Comments