ବକଳବନ୍ଧ ନିକଟରେ ଦୃଘଟଣା, ଜଣେ ବାଳକ ଗୁରୁତର

 


ଜାତୀୟ ରାଜପଥ 57 ବକଳ ବନ୍ଧ ନିକଟରେ ମାର୍ମତୁଦ ସଡ଼କ ଦୃଘଟଣା ଘଟିଛି. ଘଟଣା ସ୍ଥଳରେ ବଡଗୋଠ ଗ୍ରାମର ଚରଣ ସାସମଲଙ୍କ ପୁଅ ସୌମ୍ୟରଂଜନ ସାସମଲ ଗୁରୁତ୍ୱର ହୋଇ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବାର ସୂଚନା ମିଳୁଛି. ସୂଚନା ମାତାବକ ଆଜି ସକାଳେ ଏକ କାର ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଯାଉଥିବା ସମୟରେ ବକଳବନ୍ଧ ଛକରେ ପିଲାଟିକୁ ଧକା ଦେଇଥିଲା. ଯଦ୍ୱାରା ପିଲାଟି ଗୁରୁତର ହୋଇ ପଡିଥିଲା.ପିଲାଟିକୁ ଆମ୍ବୁଲାନ୍ସ ମାଧ୍ୟମରେ ଭୁବନେବଶ୍ୱର ନିଆଯାଇଥିବାର ସୂଚନା ମିଳୁଛି. ମହୀପୁର ଫାଣ୍ଡିଅଧିକାରୀ ଘଟଣା ସ୍ଥଳରେ ପହଂଚି କାର କୁ ଜବତ କରିଛନ୍ତି.

Post a Comment

0 Comments