ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସରକାରୀ ଉଚ୍ଚବିଦ୍ୟାଳୟ ,ଡିମିରିପଲ୍ଲୀ ୫ ଟିରେ ସାମିଲ ହେବା ପାଇଁ ହେଲା ଭିଡ଼ିଓଗ୍ରାଫି ।



ନୟାଗଡ ଜିଲ୍ଲା ନୂଆଗାଁ ବଳ୍କ ମଧ୍ୟରେ ଥିବା ଡ଼ିମିରିପଲ୍ଲୀ ହାଇସ୍କୁଲ ଭିଡ଼ିଓଗ୍ରାଫି କରାଯାଇଛି । ଦୀର୍ଘ ଦିନର ଅନ୍ତରାଳ ପରେ ଆଜି ସ୍ଵପନୀଳ ଆକାଶ ମଧ୍ୟରେ ଇଂଦ୍ରଧନୁ ତାର ରଙ୍ଗ ବିଛୁରିତ କଲାପରି ନୂତନ ରୂପ ,ନୂଆତନ ରଙ୍ଗ ,ନୂତନ ପରିଚୟ ନେଇ ଦଣ୍ଡୟମାନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସରକାରୀ ଉଚ୍ଚବିଦ୍ୟାଳୟ ,ଡିମିରିପଲ୍ଲୀ । ରୂପାନ୍ତ ଅଞ୍ଚନଳରେ ବିଦ୍ୟାଳୟର ରୂପରେଖ ପରିବର୍ତ ହୋଇଯାଇଛି । ଯେତେ ବେଳେ ସୂଚନା ମିଳିଥିଲା ଏହି ଉଚ୍ଚ ବିଦ୍ୟାଳୟତି ୫ ଟି ଅନ୍ତର୍ଭୁକ୍ତ କରାଯିବ ସେତେବେଳେ ଅଞ୍ଚଳବାସୀଙ୍କର ମନରେ ଖୁଶିର ଲହର ଖେଳିଯାଇଥିଲା ।


ଅନୁଷ୍ଠାନିକ ଭାବରେ ଶିଳାନ୍ୟାଶ କରାଯାଇ କାମ ଆରମ୍ଭ ହୋଇଥିଲା । ଆଜି ହେଉଛି ସେହି ସ୍ଵପ୍ନର ଅନ୍ତିମ ଦିବସ । ଆଜି ଅନୁଷ୍ଠାନିକ ଭ୍ବାରେ ବିଦ୍ୟାଳୟର ଭିଡ଼ିୟ ଗ୍ରାଫି କରଯାଇଥିଲା । ସାଧାରଣ ଭ୍ବାରେ ଭିଡିଓ ଗ୍ରାଫି ମାଧ୍ୟମରେ ବିଦ୍ୟାଳୟର ବିଭିର୍ନ୍ନ କାର୍ଯ୍ୟ ଦକ୍ଷତା ଉପରେ ଭିଡିଓ ଗ୍ରାଫି କରାଯାଇଥାଏ।

ଯଥା ସ୍ମାର୍ଟ ଶ୍ରେଣୀ ଗୃହ ,ଇ –ଲାଇବ୍ରେରୀ ,ବିଜ୍ଞାନ ଲାଇବ୍ରେରୀ ,ଖେଳ ପଡିଆ ,ଚର୍ତୁପରଶ୍ଵର ପରିବେଶ ଓ ପାଇଖାନା ।ଏ ସବୁ କାର୍ଯ୍ୟକୁ ଭିଡିଓ ଗ୍ରାଫି କରଯାଇଥିଲା । କାରଣ ଛାତ୍ର ,ଛାତ୍ରୀଙ୍କ ପାଇଁ ଏହି ସବୁ ବ୍ୟବସ୍ଥା ବିଦ୍ୟା ମଧ୍ୟରେ  ରହିବା ନିହାତି ଦରକାର ।ସମସ୍ତ ସୁବିଧା ଉପଲଭ୍ଡ ହେଲେ ଛାତ୍ର ଛାତ୍ରୀ ଶାରୀରିକ ଓ ମାନସିକ ଭ୍ବାରେ ପାଠ୍ୟ କ୍ରମ କୁ ସଠିକ ଭାବରେ ବୁଝି ପଢିପାରିବେ । ସେହି ସମସ୍ତ ସୁବିଧା  ୫ ଟି ସ୍କୁଲ ମାଧ୍ୟମରେ ଓଡିଶା ସରକାର ଛାତ୍ର ଛାତ୍ରୀଙ୍କୁ ସାମିଲ କରିଛନ୍ତି । ଆଜି ଥିଲା ସେହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଆଜି ଭିଡିଓ ଗ୍ରାଫିଦ୍ଵାର ସ୍କୁଲର ସମସ୍ତ ତଥ୍ୟ କୁ ଭିଡିଓ ଗ୍ରାଫି କରଯାଇଥିଲା ।


ଆଜି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର ,ନୟାଗଡ ଜିଲ୍ଲା ରୁ ଆସିଥିବା ଡିଆରଡିଏ ରୁ ଭିଡିଓ ଗ୍ରାଫି ସଦସ୍ୟ  ସମେତ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ଯ ,ନ୍ୟାବ ସରପଞ୍ଚ ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ରହିଥିଲେ । ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା କରି ବିଦ୍ୟାଳୟ ପରିସରକୁ ନେଇ ଯାଇଥିଲେ । ତତ ପରେ ସମସ୍ତ ବିଭାଗ ଉପରେ ଭିଡିଓ ଗ୍ରାଫି କରଯାଇଥିଲା ।

Post a Comment

0 Comments