୨ ୟ ଦିନରେ ସମ୍ବଲପୁରୀ ନୃତ୍ୟର ତାଲେ ତାଲେ ନାଚିଲେ
ଆଞ୍ଚଳ ବାସି ।
(କୋରଡା ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା)
ନୂଆଗାଁ – କଳା ,ସଙ୍କୃତି,ଲୋକନୃତ୍ୟ ହେଉଛି ଅଞ୍ଚଳର ପରିଚୟ । ସେଥିପାଇଁ କରାଯାଏ ମହୋତ୍ସବ ଯାହାକି ଅଞ୍ଚଳର ପରିଚୟ ଦେଇଥାଏ । ଅଞ୍ଚଳ ମଧ୍ୟରେ ଲୁକାଇତ ପ୍ରତିଭାର ବିକାଶ ହିଁ ହେଉଛି ମହୋତ୍ସବ । କୋରଡା ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା ର ୨ ୟ ସନ୍ଧ୍ୟା ଅତୀବ ସୁନ୍ଦର ହୋଇଥିଲା । ସ୍ଥାନୀୟ କୁନି କୁନି କଳାକାରମାନଙ୍କ ଦ୍ଵାରା ପଦର୍ଶିତ ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ଅଞ୍ଚଳ ବାସି । ସାନ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇଥିଲେ ସଂସ୍କୃତି କାର୍ଯ୍ୟକ୍ରମରେ । ଯାହାର ଭରପୁର ମଜା ନେବା ସହିତ ସମ୍ବଲପୁରୀ ନୃତ୍ୟର ତାଲେ ତାଲେ ଝୁମୀ ଥିଲେ ଅଞ୍ଚଳ ବାସି । ତତ ସାଦିତ ମହୋତ୍ସବ ପଡିଆରେ ଖାଇବା ,ଦୋଳିଖେଳିବାର ଭରପୁର ଆନନ୍ଦ ମଧ୍ୟ ନେଇଥିଲେ ଦର୍ଶକ । ବିଭିର୍ନ୍ନ ସ୍ଵୟଂସହାଇକା ଗୋଷ୍ଠୀ ମହିଳାଙ୍କ ଦ୍ଵାରା ବିଭିର୍ଣ୍ଣ ଷ୍ଟଲ ଖୋଲାଯାଇଥିଲା ।
ଯେଉଁଥିରେକି ହାତ ତିଆରି ଅଞ୍ଚର ଖାଦ୍ଯ ସାମଗ୍ରୀ ମଧ୍ୟ ଦିଆ ଯାଉଥିଲା । ରାତିରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସାମାଜିକ ନାଟକ “ରାମା ଦେବେ ଆଜି ଅଗ୍ନି ପରୀକ୍ଷା “ନାଟକ ଅନୁଷ୍ଠିତ ହୋଇଥିଲା । ନାଟକର ଆରମ୍ଭରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅଠିଥିଭାବରେ ଯୋଗଦେଇଥିଲେ ।ତତ ସହିତ ସ୍ଥାନୀୟ କୋରଡା ସରପଞ୍ଚ ନିରୂପମା ପାତ୍ର ,ଗ୍ରାମ ସଭାପତି ,ନାଟକର ନିର୍ଦେଶକ ,ମହୋଶ୍ଚାବ କମିଟି ସଭାପତି ଗୋଲେଖ ଗୋଛାୟତ ,ସଂଯୋଜକ ବିଜୟ କୁମାର ଦାସ ଉପସ୍ଥିତ ରହିଥିଲେ ।
0 Comments