ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଆସରରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ମୁକ୍ତା ଯୋଜନା ଉପଦେଷ୍ଟା ମୀରା ପରିଡ଼ା ଓ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ପୂର୍ବ ପୁରୁଷ ମାନଙ୍କ ବଳିଦାନ ସହ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଗଠନ ଉପରେ ଉକ୍ତ ଅତିଥି ମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଆସରରେ ସାହିତ୍ୟିକ ଶରତ ଆଚାର୍ଯ୍ୟ, ସମାଜସେବୀ ରଜତ ପଟ୍ଟନାୟକ, ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ପ୍ରଧାନ, ସମାଜସେବୀ ରବୀନ୍ଦ୍ର ଜେନା, ସମାଜସେବୀ ନୀଳମଣି ସ୍ବାଇଁ ଯୋଗ ଦେଇ ପୂର୍ବ ପୁରୁଷ ମାନଙ୍କ ସ୍ମୃତି ଚାରଣ କରିବା ସହ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରିଥିଲେ। ପରେ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ଦ୍ଵାରା ଓଡ଼ିଶୀ ଓ ବିହୂ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ କଟକ ଜିଲ୍ଲାର କଳାକାର ମାନଙ୍କ ଦ୍ଵାରା ପାଲା ପରିବେଷଣ କରାଯାଇଥିଲା।
0 Comments