ରାଇକିଆ, ଆପ୍ର - କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ପିସେରାମା ଖ୍ରୀଷ୍ଟ ମଣ୍ଡଳୀ ର 50 ତମ ସୁବର୍ଣ୍ଣ ଜୟନ୍ତୀ ପାଳନ ଓ ସୁସମାଚାର ମହୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଛତିଶଗଡ଼ ରୁ ପାଳକ ପାରେଲ୍ ସିଂ , ସମ୍ମାନୀତ ଅତିଥି ଭାବେ ମେଘାଳୟ ରୁ ଆସିଥିବା ପାଳକ ବରନୋଲ୍ଡ ଓ ହେମିଏଟ୍ କେ ରାଜି ଯୋଗ ଦେଇ ଈଶ୍ୱର ଙ୍କ ବାକ୍ୟ ପରିବେଷଣ କରିଥିଲେ । ଫାୟର ପ୍ରେଇ ସିଂ ମ୍ୟୁଜିକଲ ଗୃପ ସହ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଜଗମୋହନ ନାଗ ଙ୍କ ସଙ୍ଗୀତ ପରିବେଷଣ ସମସ୍ତ ଙ୍କୁ ଆକର୍ଷିତ କରିଥିଲା । ମଣ୍ଡଳୀ ସଂପାଦକ ମେନେଶର ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ମଣ୍ଡଳୀ ର 50 ବର୍ଷ ର ସ୍ୱର୍ଣୀମ ଯାତ୍ରା ସମ୍ପର୍କ ରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସୁସମାଚାର ପ୍ରଚାର ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ବହୁ ସଂଖ୍ୟା ରେ ଖ୍ରୀଷ୍ଟ ଧର୍ମଲମ୍ବୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ରାଇକିଆ ରୁ ଜଗଦୀଶ ଦାଶ
0 Comments