ଟ୍ରକ ଧକାରେ ବାଇକ ଚାରକ ମୃତ,ପରିଚୟ ମିଳିଲା ବାଇକ ଚଳକଙ୍କ

 



ନୟାଗଡ ଜିଲ୍ଲା ନୂଆଗାଁ ଥାନା  ଅଧିନସ୍ଥ ସୋରଡା ନିକଟରେ ଘଟିଛି ମମ୍ମ୍ତୁଦ ସଡକ ଦୃଘଟଣା। ଏହି ଦୃଘଟଣା ରେ ବାଇକ ଚାଳକ  ମୃତ । ଜାତୀୟ ରାଜପଥ ୫୭ ସୋରଡା ନିକଟରେ ବିଳମ୍ବିତ ରାତି ରେ ଘଟିଚ୍ଚି ଏହି ଦୃଘଟଣା । ଦଶପଲ୍ଲା ବ୍ଲକ ଘୋଡକବାଋ ଗ୍ରାମର ସୁବୋଧ ପ୍ରଧାନ ମୃତ୍ୟୁ ଘଟିଛି । ନୟାଗଡ ରୁ କାମସାରି ଘରକୁ ଫେରୁଥିବା ସମୟରେ ସୋରଡା ନିକଟରେ ଏକ ଟ୍ରକ ଧକ୍କା ଦେଇ ଘଟନା ସ୍ଥଳରୁ ଚମ୍ପଟ ମରିଛି । ସ୍ଥାନୀୟ ଲୋକ ବାଇକ ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏମ୍ବୁଲେନ୍ସ ମାଧ୍ୟମରେ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟନା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଛି ଗାଡିକୁ ଜବତ କରିବାସହ ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

Post a Comment

0 Comments