ମହିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସମେତ ୩ଟି ଉପକେନ୍ଦ୍ର ଓ ୩ଟି ପ୍ରାଥମିକ କେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ

 


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ପ୍ରାଥମିକ କେନ୍ଦ୍ର, ଉପକେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କାୟାକଳ୍ପ ଯୋଜନା ଅନୁସାରେ ପର୍ଯ୍ୟବେକ୍ଷଣ ପାଇଁ ରାଜ୍ୟସ୍ତରରୁ ୩ଜଣ ଜିଲ୍ଲାସ୍ତରରୁ ଜଣେ ସରକାରୀ ପର୍ଯ୍ୟବେକ୍ଷକ ଟିମ୍ ଜାନୁଆରୀ ୧୨ ତାରିଖରେ ନୂଆଗାଁ ବ୍ଲକ୍ କୁ ଆସିଥିଲେ । ପର୍ଯ୍ୟବେକ୍ଷକ ଟିମ୍ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ କେନ୍ଦ୍ର ,ଉପକେନ୍ଦ୍ରକୁ ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ସାମୂହିକ ପରିବେଶ ,ସ୍ବଚ୍ଛତା ,ଔଷଧୀୟ ବଗିଚା , ବର୍ଜ୍ୟବସ୍ତୁ ନଷ୍ଟ କରିବା ।


କାୟାକଳ୍ପ ଯୋଜନା ସ୍ୱଚ୍ଛ ଭାରତ ଯୋଜନାର ଅନ୍ତର୍ଭୁକ୍ତ ଏକ ଯୋଜଜନା । ଏହି ଯୋଜନା ଭାରତ ବର୍ଷରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ବାହ୍ୟାପରିବେଶ ସହିତ ଭିତର ପରିବେଶକୁ ସ୍ବଚ୍ଛତା ରଖିବା ,ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଷ୍କାସିତ ହେଉଥିବା ଅପରିଷ୍କାର ବସ୍ତୁକୁ ନଷ୍ଟ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିଷ୍କାର ପରିଚ୍ଛନ୍ନ କରିବା କାୟାକଳ୍ପ ଯୋଜନାର ମୁଖ୍ୟ ଉଦେଶ୍ୟ । ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨୦୨୦-୨୧/୨୨/୨୩ ରେ ସମ୍ମାନୀତ ହେବା ସହ ନୂଆଗାଁ, ଜଗନ୍ନାଥପ୍ରସାଦ, ମହିପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଲୁଣିସରା, ବେରୁଆଁବାରି, ସଂପଡ଼ା ଉପକେନ୍ଦ୍ରକୁ କାୟାକଳ୍ପ ଯୋଜନା ମାଧ୍ୟମରେ ଚଳିତ ବି ଆର୍ ଏସ୍ ସମ୍ମାନୀତ କରାଯାଇଛି। ସ୍ଵାସ୍ଥ୍ୟ କେନ୍ଦ୍ରର ବି ପି ଏମ, ବି ଏ ଏମ ଓ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ମହିପୁର ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ାକ୍ତର ସତୀଶ ନିବେଦନ କାୟାକଳ୍ପରେ ସମ୍ମାନ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Post a Comment

0 Comments