ରାଇକିଆ, ଆପ୍ର - କନ୍ଧମାଳ ଜିଲା ରାଇକିଆ ଠାରେ ସୋମବାର ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 26 ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସକାଳୁ ନଦୀ ଘାଟ ଠାରେ ତିଳ ତର୍ପଣ କରାଯିବା ସହ ମେଡ଼ିକାଲ ପରିସର ସଫେଇ କରାଯାଇଥିଲା । ଏହି ଅବସର ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଅପରାହ୍ନ ରେ ଦଳୀୟ କର୍ମୀ ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଭିନ୍ନ ବ୍ଲକ୍ ରୁ ଆସିଥିବା ବ୍ଲକ ଅଧ୍ୟକ୍ଷ ଏବଂ ଦଳୀୟ କର୍ମୀ ମାନେ ଯୋଗ ଦେଇ ବିଜୁ ବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ବିକଶିତ ଓଡ଼ିଶା ପାଇଁ ତାଙ୍କର ସଂଘର୍ଷ ଓ ଉତ୍ସର୍ଗ କୁ ନେଇ ତୃଣ ମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ଯ କରିବା ପାଇଁ ଆହ୍ଵାନ ଦେଇଥିଲେ। ରାଇକିଆ ବ୍ଲକ୍ ବିଜେଡ଼ି ସଭାପତି ରାଜମୋହନ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ର ବିଜେଡ଼ି ସଭାପତି ରୋଷନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ଲୋକ ମାନେ ଥିଲେ। ରାଇକିଆ ରୁ ଜଗଦୀଶ ଦାଶ
0 Comments