ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ପଛୁଆବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମେ ୦୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କ୍ରମ ହେବାକୁ ଯାଉଛି । ଏଥି ପାଇଁ ୧୨୦ ଜଣ ଗଣନାକାରୀ ଭ୍ବାରେ ଅଙ୍ଗନବାଦୀ କର୍ମୀ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ୧୦ ଜଣ ସୁପରଭାଇଜର ଙ୍କୁ ନିଯୁକ୍ତି ଦିଆ ଯାଇଛି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଅଛି । ଏହି ସର୍ଭେର ମୂଳଲକ୍ଷ ଓଡିଶାରେ ଥିବା ପଛୁଆ ବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ମୁଖ୍ୟ ଉଦେଶ୍ୟ। ସମଗ୍ର ରାଜ୍ୟରେ ଚଳିତ ବର୍ଷ ୦୧ ମେ ରିଖରୁ ଆରମ୍ବ ହୋଇ ୨୦ ମେ ଋଖ ପର୍ଯ୍ୟନ୍ତ ଓ ତା ପରେ ୨୧ ମେ ରିଖରୁ ୨୭ ମେ ଋଖ ପର୍ଯ୍ୟନ୍ତ ସ୍ଵତନ୍ତ୍ରସର୍ବେକ୍ଷଣ କାର୍ଯ୍ୟ କ୍ରମ ଚାଲିବ ।
ଏହି ସର୍ଭେ ମାଧ୍ୟମରେ ମୁଖ୍ୟତ ପଛୁଆ ବର୍ଗର ଲୋକମଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁପ୍ରକାର ଶିକ୍ଷାନୁଠାନ ଅଧ୍ୟୟନ କରିଛନ୍ତି । ସେ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବ । ପ୍ରଶିକ୍ଷଣଶିବିର ଦୁଇଦିନ ବ୍ଲକସଭାଗୃହରେ ଅନୁଷ୍ଠିତ ହେବ। ନୟାଗଡ ଡେପୁଟି କଲେକ୍ଟର ରିମା ହାଜରା ପ୍ରଶିକ୍ଷଣମୁଖ୍ୟ ଭାବରେ ଶିବିରରେ ଯୋଗଦେଇ ଛନ୍ତି । ତତ ସହିତ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର,ତହସିଲଦାର ହେମନ୍ତ କୁମାର ନାୟକ ,ଆଡସିନାଲ ତହଶିଲ୍ଦାର ,ଏବିଡିଓ ଯୋଗ ଦେଇଥିଲେ ।p
0 Comments