ନୂଆଗାଁ ବ୍ଲକ ମଧ୍ୟରେ ଭିବିର୍ଣ୍ଣ ସ୍ଥାନରେ ପାଳନ ହେଲା ବିଶ୍ଵ ଛେନାପୋଡ ଦିବସ ।

 



ନୟାଗଡ ଜିଲ୍ଲା (ନୂଆଗାଁ )ଆଜି ହେଉଛି ବିଶ୍ଵ ଛେନାପୋଡ ଦିବସ । ଭାରି ସୁଆଦିଆ( ଆମ ଛେନାପୋଡା)ନୟାଗଡ ଛେନା ପୋଡ । ଏପ୍ରିଲ ୧୧ ତାରିଖ ଛେନା ପୋଡ ସ୍ରଷ୍ଟା  ସ୍ଵର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ । ସ୍ଵର୍ଗତ ସାହୁଙ୍କ ଜନ୍ମ ଦିବସ କୁ ବିଶ୍ଵଛେନାପୋଡ ଦିବସ ଭାବରେ ପାଳନ କରାଯାଏ । ନୟାଗଡ ସୃତି ଛେନାପୋଡକୁ ଅନ୍ୟରଜ୍ୟ ତାର ବୋଲି ଦାବି କରିପାରିବେ ନାହିଁ । କାରଣ ଛେନାପୋଡାର ସୃଷ୍ଟି ନୟାଗଡ ରୁ ବୋଲି ସମସ୍ତେ ଜାଣନ୍ତି ।


ତଥାପି ଛେନାପୋଡକୁ ନୟାଗଡ ର ମାନ୍ୟତା ଦାବି କରି ୨୦୧୯ ମସିହା ଜୁନ ୨୪ ତାରିଖ ରେ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଦାବି ଉପସ୍ଥାପନା କରିଥିଲା । ସେହିପରି ୨୦୨୨ ମସିହାରେ ପ୍ରଥମ ହେଲପିଙ୍ଗ ହୟନ୍ଦ୍ସ ପରିବାର ପକ୍ଷରୁ ବିଶ୍ଵ ଛେନାପୋଡ ଦିବସ କରାଯାଇ ସମଗ୍ର ଦେଶକୁ ନୟାଗଡ ଛେନାପୋଡ ସ୍ରଷ୍ଟା  ବୋଲି ଜଣାଇ ଦିଆଯାଇଥିଲା ।


ଛେନାପୋଦକୁ ଜିଆଇ ଟ୍ଯାଗ ମାନ୍ୟତା ମିଳିବାକୁ ଦାବି କରାଯାଇଛି । ଛେନା ପୋଡକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ନୟାଗଡ ଜିଲ୍ଲାର ଜିଲ୍ଲା ପାଳ ଚିଠିମାଧ୍ୟମରେ ଆଜିର ଦିନକୁ ବିଶ୍ଵ ଛେନାପୋଡ ଦିବସ ଭ୍ବାରେ ପାଳନ କରିବା ପାଇଁ ଚିଠି ଜରିଆରେ ସମସ୍ତ ସରକାରୀ ବେସର କରି ଅନୁଷ୍ଠାନ ଜଣାଇଁ ଥିଲେ ।

 ସେଥିପାଇଁ ନୂଆଗାଁ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଆଜି ବିଶ୍ଵ ଛେନାପୋଡ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନିକ ଭାବରେ ନୂଆଗାଁବ୍ଲକ ପରିସରେ ଥିବା ସଭା ଗୃହରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର ,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ଉପସ୍ଥିତିରେ  ଛେନାପୋଡ କାଟି ବ୍ଲକ ସମସ୍ତ କର୍ମଚାରୀଙ୍କ ଉପଥିତିରେ ଆଜିର ଦିବସ ପାଳନ କରଯାଅଛି ।

ଠିକ ସେହିପରି ନୂଆଗାଁ ବ୍ଲକ ଅମସ୍ତ ମୁଦ୍ରିକ ଗଣମାଧ୍ୟମ ଓ ୱେବ ମିଡିଆ ସାମ୍ବାଦିକ ମାନେ ଏକ ତରିତ ଭ୍ବାରେ ବିଡିଓ ଓ ସମାଜ ସେବି ସଂକର୍ଷଣ ବେହେରାଙ୍କ ଉପସ୍ଥିତିରେ ପାଳନ କରିଛନ୍ତି ବିଶ୍ଵ ଛେନାପୋଡ ଦିବସ ।  ଠିକ ସେହିପରି କୋରଡା ପ୍ରାଣୀସହାୟତା କେନ୍ଦ୍ର
, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ଓ ସରକାରୀ 
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଳିସର,ମାଈଛେଳି ପଞ୍ଚାୟତ ମଧ୍ୟରେ ସରପଞ୍ଚ ସ୍ବାଗତିକ ପ୍ରଧାନ ମଧ୍ୟ  ବିଧିବଦ୍ଧ  ଭ୍ବାରେ  ପାଳନ କରିଥିଲେ ,ସଂପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଛେନ୍ନା ପୋଡ ଦିବସ  । ସଭିଙ୍କର ଲକ୍ଷ ନୟାଗଡ ଛେନାପୋଡାକୁ ଜିଆଇ ଟ୍ଯାଗ ହେବ ମୂଳ ଲକ୍ଷ ।

Post a Comment

0 Comments