ନିଆରା ବ୍ୟକ୍ତିତ୍ୱ ସନ୍ତୋଷ.

 




ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୁ ପ୍ରତେକ ଦିନ ବହୁ ଜନସାଧରଣ, କଲେଜ ଛାତ୍ର ଛାତ୍ରୀ, ବ୍ଲକ କର୍ମ ଚାରୀ ଆସିଥାନ୍ତି. ତାହାର ମୁକ ସାଖି ଭାବରେ ବହୁ ବର୍ଷରୁ ଦଣ୍ଡାୟମାନ ବ୍ଲକ ଛକ ଯାତ୍ରୀ ବିଶ୍ରାମା ଗାର. ସମସ୍ତେ ଆସନ୍ତି ବିଶ୍ରାମ ନେଇ ଚାଲି ଯାଆନ୍ତି. କିନ୍ତୁ ବିଶ୍ରାମା ଗୃହଟି ବହୁ ଅପରିଷ୍କାର କରିପକାନ୍ତି ଯାତ୍ରୀ ମନେ. କିନ୍ତୁ ସଫା କରନ୍ତି ନାହିଁ କେହି. ନୂଆଗାଁ ଉଠାନି ସାହିର ଜଣେ ବ୍ୟକ୍ତି ପ୍ରତେକ ଦିନ ସକାଳୁ ଆସନ୍ତି ଯାତ୍ରୀ ବିଶ୍ରାମା ଗାରକୁ ନିଜେ ପହଁରା ଧରି ସଫା କରନ୍ତି.

ଆଜିକୁ ବହୁ ଦିନ ଧରି ସେ ସଫାକରୁନ୍ତି. କିନ୍ତୁ ଯେତେବେଳେ ଆମେ ପଚାରି ଥିଲୁ ସେ କହିଥିଲେ ମୋତେ ଲୋକଙ୍କୁ ସେବା ଦେବାରେ ଭଲଲାଗେ. ମୁଁ ସବୁବେଳେ ଭାବେ ପ୍ରତେକ ଦିନ ବହୁତ ଲୋକ ଏଠିକୁ ବିଶ୍ରାମ ନେବା ପାଇଁ ଆସନ୍ତି. ଯଦି ଅପରିଷ୍କାର ରହିବ ଏଠିକୁ କେହି ବିଶ୍ରାମ ନେବା ପାଇଁ ଆସିବେନି. ଯେପରି ଘରକୁ ଆମେ ପରିଷ୍କାର ରଖୁଛେ ଆମକୁ ରହିବା ପାଇଁ ଭଲଲାଗେ ସେହିପରି ଯଦି ମୁଁ ବିଶ୍ରାମା ଗୃହକୁ ସଫା କରିଦେବି ବହୁତ ଲୋକ ଭଲରେ ଆସି ବିଶ୍ରାମ ନେଇ ପାରିବେ. ସେ ଆଉକେହି ନୁହନ୍ତି ଉଠାନି ସାହି ର ସନ୍ତୋଷ କୁମାର ନାୟକ. ସେ ପ୍ରତେକ ଦିନ ସକାଳୁ ଆସି ଦୈନିକ ଯାତ୍ରୀବିଶ୍ରାମା ଗୃହକୁ ସଫାକରନ୍ତି. ତାଙ୍କୁ ବହୁତ ଖୁସିଲାଗେ ବୋଲି ସେ ନିଜ ପ୍ରତିକ୍ରିୟା କହିଛନ୍ତି.ଅଞ୍ଚଳ ବାସି ସନ୍ତୋଷଙ୍କ ଏହି କାର୍ଯ୍ୟପାଇଁ ଧନ୍ୟବଦ ଦେଇଛନ୍ତି .

Post a Comment

0 Comments