ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାର ଅସ୍ଥାୟୀ ପୋଲ ପୁଣି ସାଜିଲା କାଳ. ଅସ୍ଥାୟୀ ପୋଲରେ ଖସି ଜଣେ ଆହତ.

 


ଘଟଣାଟି ଘଟିଛି ସୋରଡ଼ା ସହିତ ଜଗନ୍ନାଥପ୍ରସାଦ କୁ ସଂଯୋଗ କରୁଥିବା ପୋଲରେ. ଦୀର୍ଘ ଚାରୀ ବର୍ଷ ବିତି ଯାଇଛି, ବାରମ୍ୱାର ସ୍ଥାୟୀପୋଲ ପାଇଁ ଆନ୍ଦୋଳନ ହେଉଚି କିନ୍ତୁ କାମର ଗତି ଦିନକୁ ଦିନ ତୀବ୍ର ହେବା ବଦଳରେ ଧିମା ପଡୁଛି। ଯେଉଁଥିପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ତେବେ ସେହି ଅସ୍ଥାୟୀ ପୋଲରେ ଆଜି ରାତି ପ୍ରାୟ ୧୦ଟା ସମୟରେ ଜଗନ୍ନାଥପ୍ରସାଦ ଗ୍ରାମର ଜଣେ ବ୍ୟକ୍ତି ନିଜ ବାଇକ ମାଧ୍ୟମରେ ଘରକୁ ଫେରୁଥିବା ବେଳେ ଖସି ପଡ଼ିଥିଲେ. ତାଙ୍କ ନାଁ ପ୍ରତାପ ପ୍ରଧାନ ବୋଲି ଜଣାପଡିଛି।


ତେବେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗି ରହିଛି, ଯେଉଁଥିପାଇଁ ଅସ୍ଥାୟୀ ପୋଲ ତଳପାଖରୁ ମାଟି ଧୋଇ ହୋଇଯାଇଛି। ବ୍ୟକ୍ତି ଜଣକ ରାତିରେ ଘରକୁ ଫେରୁଥିବା ସମୟରେ ଏ ବିଷୟରେ ଜାଣି ପାରିନଥିଲେ ଫଳରେ ପୋଲ ଉପର ଦେଇ ଯିବା ସମୟରେ ଏହା ଧସେଇ ହୋଇପଡିଛି। ଏଥିରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।



Post a Comment

0 Comments