ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

 


ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ଏହି ସୂଚନା ଦେଇ କହିଛନ୍ତି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‍ ସକାଳ ସାଢ଼େ ୭ଟାରୁ ଖୋଲି ସାଢ଼େ ୫ଟାରେ ବନ୍ଦ ହେବ। ତେବେ ପ୍ରତି ସୋମବାର ନନ୍ଦନକାନନ ପୂର୍ବଭଳି ବନ୍ଦ ରହିବ।

ସେହିପରି ଆଗକୁ ଖରା ବଢିବାକୁ ଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ୧୧ ତାରିଖରୁ ପାଠପଢ଼ା ସକାଳୁଆ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆସନ୍ତାକାଲିଠାରୁ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେଉଛି । ତେବେ ଆଗକୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖରୁ ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଚାଲିବ । ଏଥିସହ ବିଦ୍ୟାଳୟ ଗୁଡ଼ିକରେ ସ୍ୱଚ୍ଛ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ସକାଶେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଯତ୍ନବାନ୍‍ ହେବାକୁ କୁହାଯାଇଛି ।

Post a Comment

0 Comments