କାଳ ବୈଶାଖୀର ତାଣ୍ଡବ, ଗଛପଡି ଉଦୟପୁର ଠାରୁ ଜିଗିନୀପଡ଼ା ମୁଖ୍ୟରାସ୍ତାଓ କୋରଡ଼ା ଗୋଡ଼ିସାହିକୁ ଯାତାୟାତ ଠପ.

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ବିଭିର୍ଣ୍ଣ ସ୍ଥାନରେ କାଳ ବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି. ଆଜି ମଧ୍ୟାନରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା ପବନ ହୋଇଥିଲା ଯଦ୍ୱାରା ଉଦୟପୁର ପଞ୍ଚାୟତ ମଧ୍ୟରେ ଉଦୟପୁର ଠାରୁ ଜିଗିନୀପଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ଗଛ ପଡ଼ି ଖାଦାଳ ସାହୁଙ୍କ ଘର ଉପରେ ଗଛ ପଡିବା ସହିତ ରାସ୍ତା ଅବରୋଧ ହୋଇଥିଲା.


ଯଦ୍ୱାରା ଜିଗିନିପଡ଼ା ସହିତ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା. ସେହିପରି କୋରଡ଼ା ପଞ୍ଚାୟତ ଅଧିନସ୍ଥ ଗୋଡ଼ିସାହି ଗ୍ରାମର ମୁଖ୍ୟ ରାସ୍ତାରେ ଗଛ ପଡ଼ିମଧ୍ୟ ଯାତାୟାତ ଠପ ହୋଇଯାଇଛି.


Post a Comment

0 Comments