କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ ରୋଗ ହେଉଛି ।
ଏପରିକି ରିପୋର୍ଟରେ କୁହାଯାଇଛି, ହାତରେ ସମୟ ଥାଉ ଥାଉ ଲୁଣ ସେବନ ନ କମାଇଲେ ଆସନ୍ତା ୭ ବର୍ଷରେ ପ୍ରାୟ ୭୦ ଲକ୍ଷ ଲୁଣ ପାଇଁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିବେ । ପ୍ରତିବର୍ଷ ମାର୍ଚ୍ଚ ୧୪ରୁ ୨୦ ଯାଏ ବିଶ୍ୱ ଲୁଣ ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଚିନ୍ତା ବଢ଼ାଇଛି ।
ଲୁଣରେ ସୋଡିୟମ୍ ଓ ପୋଟାସିୟମ୍ ଉଭୟ ରହିଛି । ସୋଡିୟମ୍ ମଣିଷ ଶରୀରରେ ପାଣିର ସ୍ତର ନିୟନ୍ତ୍ରଣ ସହ ଅମ୍ଳଜାନ ଏବଂ ଅନ୍ୟ ପୋଷକ ତତ୍ତ୍ୱକୁ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପହଞ୍ଚାଇବାରେ ସାହାଯ୍ୟ କରେ । ଫଳରେ ମଣିଷ ସୁସ୍ଥ ରହିବା ସହ ଶକ୍ତି ମିଳେ ।
0 Comments