NH ୫୭ ନମ୍ବର ଜାତୀୟ ରାଜପଥ କଡ଼ରୁ ଅଚିହ୍ନା ମହିଳାଙ୍କ ସଵ ଉଦ୍ଧାର l


 ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଯୋଗୀପଥର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ଆଜି ଜଣେ ଅଚିହ୍ନା ମହିଳା ଙ୍କ ଗଳିତ ସବ ଉଦ୍ଧାର ହୋଇଥିବା ସୂଚନା ମିଳିଛି l ପ୍ରାପ୍ତ ସୂଚନା ମତେ ଆଜି ୫୭ ନମ୍ବର ଜାତୀୟ ରାଜପଥ ରେ ଯାଉଥିବା କିଛି ବ୍ୟକ୍ତି ଯୋଗୀପଥର ଠାରେ   ଆଜି ସନ୍ଧ୍ୟା ୬ ଟା ସମୟରେ ରାଜ ରାସ୍ତl ପାର୍ଶ୍ୱ ରେ ଜଣେ ମହିଳା ଙ୍କ ଗଳିତ ସବ ଦେଖିବାକୁ ପାଇଥିଲେ l ପରେ ହରଭଙ୍ଗା ବ୍ଲକ ର କିଛି ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନେ  ପୁରୁଣାକଟକ ଥାନାକୁ ଖବର ଦେଇଥିଲେ l ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି l ଏ ପର୍ଯ୍ୟନ୍ତ ମୃତ ମହିଳା ର ପରିଚୟ ମିଳିପାରିନାହିଁ l ସନ୍ଦେହ କରାଯାଇ ପାରେ ଏହା ଏକ ସୁପରିକଳ୍ପିତ ହତ୍ୟା ଅଥବା ଯୌନ କେଳେଙ୍କାରୀ ହତ୍ୟା ଘଟଣା ବୋଲି ଅନୁମାନ କରୁଥିବା ବେଳେ ପୋଷ୍ଟ ମଟମ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l 

Post a Comment

0 Comments