. *🩺💊ଆଜିର ସ୍ୱାସ୍ଥ୍ୟ ସୂଚନା 💊🩺*
*🚦
➖️➖️❣️➖️⭕️➖️❣️➖️➖️
*📝ଭାଇରାଲ ଫିଭର ହେଲେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଏହା ଶରୀର ପ୍ରତି ବିଶେଷ କ୍ଷତିକାରକ ହୋଇପାରେ । ମନଇଚ୍ଛା ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସତର୍କ କରାଯାଇଛି । ଏବେ ଲୋକେ ଭୂତାଣୁ ଜନିତ ଜ୍ୱରରେ ପୀଡ଼ିତ ହେଉଛନ୍ତି । କଫ, ନାକରୁ ପାଣି ବୋହିବା, ଗଳା ଦରଜ, ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଉଛି । ୩-୪ ଦିନ ଭିତରେ ଜ୍ୱର ଭଲ ହୋଇଯାଉଥିଲେ ମଧ୍ୟ କଫ ଯନ୍ତ୍ରଣା ଜାରି ରହୁଛି । ୫୦ ବର୍ଷରୁ ଉପରକୁ ଓ ୧୫ ବର୍ଷରୁ ତଳ ପିଲାଙ୍କୁ କ୍ଷେତ୍ରରେ ଏପରି ଦେଖାଦେଉଛି । ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସଂକ୍ରମଣ ହେଲେ ଲୋକେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି l*
*ରୋଗରୁ ସାମାନ୍ୟ ଉପଶମ ପାଇବା ମାତ୍ରେ ଖାଇବା ବନ୍ଦ କରିଦେଉଛନ୍ତି ଫଳରେ ଶରୀରରେ ଥିବା ଭୂତାଣୁ ବା ଜୀବାଣୁରେ ସେହି ଆଂଟିବାୟୋଟିକ୍ ପ୍ରତି ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ଅନ୍ୟ କିଛି ସଂକ୍ରମଣ ବା ରୋଗ ପାଇଁ ଆଣ୍ଟିବାୟୋଟିକ୍ ଖାଇଲେ କାମ ଦେଉନାହିଁ l*
*👉🏿 ଡାଇରିଆ ରୋଗୀଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ହେଉଛି ଭୂତାଣୁ ଜନିତ l ଏହା ନିରାକରଣ ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନାହିଁ l*
*👉🏿କୋଭିଡ୍ ସମୟରେ ଲୋକେ ଅଧିକ ଆଜିଥ୍ରୋମାଇସିନ୍ ଓ ଆଇଭରମେକ୍ଟିନ୍ ବ୍ୟବହାର କରିଥିଲେ ଫଳରେ ଲୋକଙ୍କ ଦେହରେ ଆଣ୍ଟିବାୟୋଟିକର ପ୍ରତିରୋଧକ ଶକ୍ତି ଉତ୍ପନ ହୋଇସାରିଛି l*
*👉🏿ରୋଗୀ ନିମୋନିଆ ପରି ରୋଗରେ ପୀଡ଼ିତ ହେଲେ ଆଂଟିବାୟୋଟିକ୍ ତାଙ୍କ ଶରୀରରେ କାମ କରୁନାହିଁ l ଜ୍ୱର ହେବା ମାତ୍ରେ ଆଗ ପରୀକ୍ଷା ପରୀକ୍ଷା କରିବା ଆବଶ୍ୟକ l*
*👉🏿 ବ୍ୟାକ୍ଟେରିଆ ଇନ୍ଫେକସନ୍ ଷ୍ଟେଟରେ ପଜିଟିଭ୍ ଆସିବା ପରେ ଆଣ୍ଟିବାୟୋଟିକ୍ ଖାଇବା ଉଚିତ୍ l*
➖️➖️❣️➖️⭕️➖️❣️➖️➖️
0 Comments