ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ ସହ ଶିକାରୀ କୁ ଗିରଫ କଲା ଏସଟିଫ l ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା l ପରେ ହରଭଙ୍ଗା ଅଞ୍ଚଳ ରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ l ପରେ ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇ ଥିଲା l
ବିଳମ୍ବିତ ରାତ୍ରି ରେ ହରଭଙ୍ଗା ଅଞ୍ଚଳ ରୁ ଶିକାରି ଓ ୩ଟି ଜନ୍ତୁ ଛାଲ ଜବତ କରିଛି STF l ଜନ୍ତୁ ଗୁଡିକୁ ସାତକୋଶିଆ WILD LIFE ଅଞ୍ଚଳ ରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି l ଅନ୍ୟପଟେ ଏବେ ଶିକାରୀ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ l ଖୋଦ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବୌଦ୍ଧ ଜିଲ୍ଲା ରୁ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲା ରେ ବନ୍ୟ ଜନ୍ତୁ ବର୍ତ୍ତମାନ ସୁରକ୍ଷିତ ନୁହନ୍ତି l ଫଳରେ ବନ୍ୟ ଜନ୍ତୁ ଓ ପରିବେଶବିତ ଙ୍କ ମଧରେ ଅସନ୍ତୋଷ ଦେଖାଦେଇଛି l ହରଭଙ୍ଗା ର ଗିରିଜା ସାହୁ ଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି l ଦୋଷୀ ଙ୍କୁ କଠୋର ଦଣ୍ଡ ମିଳୁ ନ ଥିବାରୁ ବିଭିନ୍ନ ସମୟରେ ଅନେକ ବନ୍ୟ ଜନ୍ତୁ ଶିକାରୀ ଙ୍କ ହାତରେ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି l
0 Comments