Breking News ରାତି 11ଘଟିକା.

 *👉ବଲାଙ୍ଗିର: ନକଲି ମାର୍କସିଟ୍ ଓ ସାର୍ଟିଫିକେଟ ନେଇ ଏକ ଭୋକେସନଲା ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଆଜି ଏସଡିପିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ଚାଲିଛି ଚଢାଉ, ଗତକାଲି ସହରର ଏକ କୋଚିଂ ସେଣ୍ଟରରେ ହୋଇଥିଲା ଚଢାଉ*



👉 *ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅଙ୍ଗାରପଡ଼ାର ଏକ ଘର ନିକଟ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତକ ନିକଟସ୍ଥ ମଳିପଡ଼ା ଗ୍ରାମର ସୁରେଶ ମହାପାତ୍ର, ସେ ଏକ ଘରୋଇ ହସ୍ପିଟାଲରେ ବସ୍ ଚାଳକ ଭାବେ କାମ କରୁଥିଲେ*


 👉 *ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ମନମୋହନଙ୍କୁ ସ୍ୱାଗତ କଲେ, ଉତ୍ସବରେ ଦଳୀୟ ସାଂସଦ ଓ ବିଧାୟକଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଉପସ୍ଥିତ.*


👉 *ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ କଳାପତାକା ଦେଖାଇ ବିରୋଧ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ, ଛତ୍ରପୁର ଅପର ବସ୍‌ ଷ୍ଟାଣ୍ଡ୍‌ରେ ବିରୋଧ ବେଳେ ପୁଲିସ ସମସ୍ତ ବିରୋଧକାରୀଙ୍କୁ ଉଠାଇ ନେଲା*


👉 *-କୋଭିଡ୍‌ ସ୍ଥିତି ନେଇ କାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ*

*-ବୈଠକ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର*


👉 *କବିସୂର୍ଯ୍ୟନଗରରେ_ମୁଖ୍ୟମନ୍ତ୍ରୀଙ୍କ_ଅଭିଭାଷଣ*


*Ganjam | ଜୟ ମା' ତାରାତାରିଣୀ କହି ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ*


*ଗଞ୍ଜାମ କଳା ସଂସ୍କୃତିର ମାଟି । ମୁଁ ଚାହେଁ ମା'ମାନେ ଉଦ୍ୟୋଗୀ ହୁଅନ୍ତୁ, ମା'ମାନଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ: ନବୀନ*


*ଗଞ୍ଜାମଙ୍କୁ ଦେଶର ୧ନଂ ଜିଲ୍ଲା କରିବାକୁ କାମ କରିବା*


👉 *କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା କୋଳିବଣିଆ କାଟେଣୀ ନିକଟରେ ରାସ୍ତାରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ*


👉 *କେନ୍ଦୁଝର: ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ମାରି ଖାଇଲା ବାଘ, ମଇଁଷି ମାରି ଖାଇଥିବା ସୂଚନା ଦେଲେ ଘଟଗାଁ ରେଞ୍ଜର, ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବନ ବିଭାଗ .*


 👉 *Maan Ki Baat ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଥମ ଭାରତୀୟ ମହିଳା ଭାବେ #IUPAC ଆୱାର୍ଡ ପାଇଥିବାରୁ ପ୍ରଶଂସା କଲେ, ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଜ୍ୟୋତିର୍ମୟୀ*


👉 *ଭୁବନେଶ୍ୱର: ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ ହୋଟେଲ୍ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାଲି ୩ ସାଙ୍ଗଙ୍କ ସହ ମିଶି ବାର୍ଥ ଡେ ପାର୍ଟି କରିଥିଲେ, ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ ଉପସ୍ଥିତ ଥିଲେ, ବାର୍ଥ ଡେ ପାର୍ଟିକୁ ଡାକି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ*


👉 *ବରଗଡ଼ ସଦର ଥାନା ପିପିଲିପାଲି ଗାଁରେ ୭୦ ବର୍ଷୀୟା ବୃଦ୍ଧା ମା’କୁ ତଣ୍ଟିଚିପି ମାରିଲା ପୁଅ, ଅଭିଯୁକ୍ତକୁ ଅଟକ ରଖି ପୁଲିସର ଛାନଭିନ ଜାରି*


👉 *ପୋଲସରା: ପୂର୍ବ ଶତ୍ରୁତାରୁ ସିକୁଳା ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ସହ ଖଣ୍ଡାରେ ଆକ୍ରମଣ, ଘର ବାହାରେ ବ୍ୟକ୍ତି ଜଣଙ୍କ ବସିଥିବା ବେଳେ ଗୁଳିମାଡ଼ ସହ ଖଣ୍ଡାରେ ଆକ୍ରମଣ କରି ଚମ୍ପଟ ମାରିଥିଲା ଦୁର୍ବୃତ୍ତ*

Post a Comment

0 Comments