.jpg)
ନୟାଗଡ ଜିଲ୍ଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୭୫ ପରୀକ୍ଷା କେନ୍ଦ୍ରରେ ୧୨୪୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମିଳିଥିବା ସୂଚନା ମୁତବକ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ଘଣ୍ଟାଏ ପୂର୍ବରୁ
ପହଞ୍ଚିବ ପ୍ରଶ୍ନପତ୍ର lଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। କାଲିଠାରୁ
ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ବୋର୍ଡ
ପକ୍ଷରୁ ଏହି ସୂଚନା ଦିଆଯାଇଛି।ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା
୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ
ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ
ସାଙ୍ଗରେ ଆଡମିଟ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍ସିଲ୍ ଜେମେଟ୍ରି ବକ୍ସ
ନେଇଯିବେ। ଅନ୍ୟ ଜିନିଷ ପରୀକ୍ଷାକେନ୍ଦ୍ରକୁ ପିଲାମାନେ ନେଇ ଯାଇପାରିବେ ନାହିଁ। ଏହାସହ
ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍ ଅଫ୍ ମୋଡରେ
ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ।ଜିଲ୍ଲା ଅଧିକାରୀ ଅକ୍ରୁର ବାରିକଙ୍କ ସୂଚନା ମୁତାବକ ୭୪ ଟି ପରୀକ୍ଷା କେନ୍ଦ୍ରରେ ୧୨୩୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ଠିକ ସେହିପରି ପତ୍ର ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୟାଗଡ ଏନ ଏସି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜିଲ୍ଲାରେ ୬ଟି ନୋଡାଲ ସେଣ୍ଟର ଖୋଲା ଯାଇଛି । ଯଥା ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲ ,ରଣପୁର ବିଶି ହାଇସ୍କୁଲ ,ଦଶପଲ୍ଲା ହାଇସ୍କୁଲ ,ଆର୍ଶୀ ହାଇସ୍କୁଲ ଖଣ୍ଡପଡା ,ଓଡଗାଁ ରଘୁନାଥ ହାଇସ୍କୁଲ ଓ ଫତେଗଡ ହାଇସ୍କୁଲ ନୋଡାଲ ସେଣ୍ଟର କରାଯାଇଛି ।
0 Comments