ତିଗିରିଆ ରେ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ, ବାପା ମୃତ, ମାଆ ଓ ଝିଅ ଗୁରୁତର ଆହତ

 



 

ଆଠଗଡ, ୦୯/୦୩ : ରଙ୍ଗର ପର୍ବ ହୋଲିରେ ରକ୍ତ ରଞ୍ଜିତ ହେଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ରପାଟଣା।ଗାଁର ଗୋଟିଏ ପରିବାରର ତିନି ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୂର୍ବୁତ ମାନେ ଫେରାର ହୋଇଯାଇଛଥିଲେ। ଏହି ବିଭତ୍ସ ହତ୍ୟାକାଣ୍ଡ ରେ ବାପାର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ଝିଅ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ , ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ,ଗାଁର ଚିନ୍ତାମଣି ବେହେରାଙ୍କ ପରିବାର ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଚିନ୍ତାମଣି ତାଙ୍କ ସ୍ତ୍ରୀ ଓ ଝିଅକୁ ଏକାଧିକ ଦୁର୍ବୃତ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ।ଘଟଣା ପରେ ତିନି ଗୁରୁତରଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିନ୍ତାମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ,  ସ୍ତ୍ରୀ  ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି। ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ  ଏହି ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ପୋଲିସ କହିଛି।ତେବେ ତିଗିରିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments