ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍ କୁ ପୁଣି ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ଏସ.ପି. ରାଜ ପ୍ରାସାଦ ସୂଚନା ପାଇ ଚଢ଼ଉ ସକାଶେ ନିର୍ଦ୍ଦେଶ ଦେଇଥିଲେ l ମନମୁଣ୍ଡା ଥାନା ଦାୟିତ୍ବରେ ରହିଥିବା ଇନ୍ସପେକ୍ଟର ଗୋପୀନାଥ ପ୍ରଧାନ ଚଢ଼ାଉ ପାଇଁ ଶଗଡ଼ା ଫାଣ୍ଡି ଅଧିକାରୀ ଏସ ଆଇ ସେବତୀ ନାଏକ ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଶଗଡ଼ା ଜଙ୍ଗଲ ଅଞ୍ଚଳ କୁ ପଠାଇଥିଲେ l କେନ୍ଦୁମୁଣ୍ଡା ଜଙ୍ଗଲ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ ବେଳେ ପୋଲିସ୍ ଚଢ଼ଉ କରିଥିଲା l ସେଠାରୁ ଗଞ୍ଜେଇ ଜବତ କରିବା ସହ ସେଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ଜଣକ ମନମୁଣ୍ଡା ଥାନା କାନବୀରଗ୍ରାମର ଶତ୍ରୁଘ୍ନ ମେଣ୍ଡିଲି (୪୫) ବୋଲି ଜଣା ପଡିଛି l ଗଞ୍ଜେଇ ଓଜନ ୧ କୁଇଣ୍ଟାଲ ୮କେଜି ୩ ଶହ ଗ୍ରାମ ହୋଇଥିଲା l ଏ ନେଇ ଥାନାରେ ଏକ ମାମଲା ନଂ ୮୪ ରୁଜୁ କରାଯାଇ ଅଭିଯୁକ୍ତ ଜଣକକୁ କୋର୍ଟ ଚାଲାଣ କରାଯାଇଛି l
0 Comments