ନା ଅଛି ଢ଼ିଙ୍କି ନା ଶୁଭୁଛି ଆଉ ଢିକ୍ ଢିକ୍

 

ସମୟ ବଦଳିବା ସହିତ ଯୁଗର ମଧ୍ୟ ପରିବର୍ତ୍ତନ ହେଉଛି । ବୈଜ୍ଞାନିକ ଯୁଗରେ ମେସିନ୍ ର ବ୍ୟବହାର ବହୁଳ ଭାବରେ ହେଉଥିବାବେଳେ ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି । ତା’ ଭିତରୁ ଢିଙ୍କି ଅନ୍ୟତମ ଅଟେ । ଢିଙ୍କି ମାଧ୍ୟମରେ ଯେଉଁ ଚାଉଳ କରାଯାଉଥିଲା ସେଥିରେ ଅନେକ ପରିମାଣରେ ପୋଷକତତ୍ତ୍ୱ ରହୁଥିଲା ଓ ସୁସ୍ୱାଦ ଲଗୁଥିଲା । ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ୱାଦ ଆଉ ରହୁନାହିଁ ।


ପୂର୍ବକାଳରେ ବହୁଳ ଭାବରେ ଢିଙ୍କିର ବ୍ୟବହାର କରାଯାଉଥିଲା । କିନ୍ତୁ ଧାନକଳ ଆସିବାରୁ ଏବେ ଧିରେଧିରେ ଢିଙ୍କିର ବ୍ୟବହାର କମି ଗଲାଣି, ଆଉ ଢିଙ୍କି ମଧ୍ୟ ଦେଖିବାକୁ ମିଳୁନାହିଁ । ଧାନକଳ ଦ୍ୱାରା ଚାଉଳ କରିବା ପାଇଁ ଲୋକମାନଙ୍କୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡୁନାହିଁ । ପୂର୍ବ କାଳରେ ଧାନକଳ ନ ଥିବାରୁ ଢ଼ିଙ୍କିର ଆଦର ରହିଥିଲା । କିନ୍ତୁଏବେ ଧାନକଳରେ ଧାନ କୁଟିବା ସିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପପାଇବାକୁ ବସିଲାଣି ।


ପାହାଡିଆ ଅଞ୍ଚଳରେ ବସବାସ କରୁଥିବା କିଛି ଆଦିବାସୀ ପରିବାର ଏବଂ ଗାଁ ଗହଳିରେ କାଁ ଭାଁ କିଛି ଘରେ ଢିଙ୍କି ଦେଖିବାକୁ ମିଳୁଛି । ଏବେ ଢିଙ୍କିର ଢିକ୍ ଢିକ୍ ଶବ୍ଦ ଶୁଭୁ ନ ଥିବାବେଳେ ଢିଙ୍କି କୁଟା ଚାଉଲ ମଧ୍ୟ ସ୍ୱପ୍ନ ହୋଇପଡିଛି । ପୂର୍ବରେ ଯେଉଁ ଢିଙ୍କି କୁଟା ଚାଉଳ ମିଲୁଥିଲା ସେହି ଚାଉଳ କୁ ଲୋକେ ଖାଇ ତୃପ୍ତି ଅନୁଭବ କରୁଥିଲେ । ସେହି ଖାଦ୍ୟ ସ୍ୱାଦଯୁକ୍ତ ଥିବାବେଳେ ସେହି ଖାଦ୍ୟ ଏବେ ଲୋକେ ପାଇପାରୁ ନାହଁନ୍ତି ।

Post a Comment

0 Comments