ତେରେଛା* *ପଖାଳ*

 


ଗୀତିକାର -ହୃଷିକେଶ ପ୍ରଧାନ(ଶିକ୍ଷକ, ଚିନ୍ତାମଣି ବିଦ୍ୟାପୀଠ, ସଂପଡା )

ଆଜି ପଖାଳ ଦିବସ ଆଇଚି

ଧନୀ ମନ କୁତୁ କୁତୁ ହଉଚି।

ବଡ଼ି ଚୁରା ସଙ୍ଗେ ମାଛ ଭାଜକୁ

ଆଳୁ ବାଇଗଣ ଭର୍ତ୍ତା ପାଖକୁ ।

ଆମ୍ବକସି ଅଦା ଛେଚି ଦେଇଚି

ଦହି ଛୁଙ୍କ ଜମାଣିଆ ହେଇଚି ।

କଣ୍ଟେଇମୁଣ୍ଡି ବାଇଗଣ ଭଜା

କଁଅଳ ଆମ୍ବୁଲ ଆହା କି ମଜା।

ଆଳୁ ବାଇଗଣ ସାରୁ ପୋଡ଼ାକୁ

ମିକ୍ ଶ୍ଚର୍ କୋକଲି କଞ୍ଚା ଲଙ୍କାକୁ।

ଘାଣ୍ଟି ପାଗ ପାଣି କରି ଦେଇଚି

ସୋଡୁଅ ଅମ୍ବୁଲ ଶୋଷି ନଉଚି ।

ସ୍ବର୍ଗଗାମିନୀ ତମ୍ପଡ଼ା ପକେଇ

ବାଲିକୋକଲି ଧୀରେ ଚୁଚୁମେଇ।

ଚାଉଳ ଗୁଣ୍ଡର ଆଳୁ ପିଠୋଉ

କଷି ପଣୁସ ପିଠା ପେଟେ ଖାଉ।

ଭଳି ଭଳି ଚୂନା ମାଛ ର ଭଜା

କେ ରାଣ୍ଡି କଣ୍ଟେଇ ଜରାଡ଼ି ମଜା ।

କୋଲି କୋଲି ଦେଶୀ ନାଲି ପିଆଜ

ଗେଲୁଆ ଦିଅର ନିକ ଭାଉଜ।

ସ୍ଵର୍ଗ ସୁଖ ଦିଆ ଙ୍ଗୁଳ ରହୁଚି

ଗରିବଟା ବିକଳରେ ଚାହୁଁଚି।

ବିପିଏଲ ଚାଉଳେ କଣ ମିଶିଚି

ଗନ୍ଧିଆ ଆମ୍ବିଳି ଆପେ ନାଗୁଚି।

ଲୁଣ ଲଙ୍କା ମେନ୍ଥି ପିଆଜ କାହିଁ

ଠାରେ ଭାରିଜାକୁ ସରାଗେ ଚାହିଁ।

ଧନ୍ୟରେ ଓଡ଼ିଆ ଧନ୍ୟ ପଖାଳ

ଗରିବ କାନ୍ଦୁଚି କେଡ଼େ ବିକଳ ।


                 

              ୨୦.୦୩.୨୩ 

                 ସଂପଡ଼ା

Post a Comment

0 Comments