୧୨ ବର୍ଷ ପରେ ଗାଁକୁ ଫେରିଲେ ୧୯ ବର୍ଷର ଯୁବକ

 ୧୨ ବର୍ଷ ପରେ ଗାଁକୁ ଫେରିଲେ ୧୯ ବର୍ଷର ଯୁବକ





ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଜାକେଡା ପଞ୍ଚାୟତ କାଳମ୍ବା ଗ୍ରାମର ସୁଦାମ ଜେନାଙ୍କ ପୁଅ ଶାନ୍ତୁନ ଜେନା। ଶାନ୍ତୁନ ପିଲାବେଳୁ ବାପା ମାଆଙ୍କୁ ହରାଇ ଥିଲେ। ତାଙ୍କର ଦୁଇ ଭଉଣୀ ମଧ୍ୟରୁ ଜଣଙ୍କର ଗଞ୍ଜାମ ଜିଲ୍ଲାର ଲୁଣିଗୁଣ୍ତି ଗ୍ରାମରେ ଏବଂ ଆଉ ଜଣେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଂଚାୟତ ଭୂଇଁରଗଡି ଗ୍ରାମରେ ବିବାହ କରିଥିଲେ।


ଶାନ୍ତୁନ ଘରର ସାନ ପୁଅ ହୋଇଥିବା ବେଳେ ଘରେ ଆଉ କେହି ନରହିବା ଦେଖି ୮ ବର୍ଷ ବୟସରୁ ଘର ଛାଡି ପଣ୍ତିଚେରୀ ଚାଲିଯାଇଥିଲେ। ହେଲେ ବୟସ କମ ହୋଇଥିବାରୁ କିଛି କାମଧନ୍ଦା ନପାଇ ଅଚିହ୍ନା ରାଜ୍ୟରେ ଏଣେତେଣେ ଖାଦ୍ୟ ଅନ୍ବେଶଣରେ ବୁଲିଥିଲେ।

ଏଭଳି ପରିସ୍ଥିତିରେ ଶାନ୍ତୁନକୁ ସେଠାକାର ଜଣେ ଠିକାଦାର ନିଜ ଘରେ ନେଇ ରଖିଥିଲେ। ପ୍ରଥମେ କିଛିଦିନ ଧରି ଖାଇବା ପିଇବାକୁ ଦେଇ ରଖିବା ପରେ ଏକ ପେପର କପ ତିଆରି ସଂସ୍ଥାରେ କାମରେ ଲଗାଇ ଦେଇଥିଲେ। ହେଲେ ତାର ବୟସ ବହୁତ କମ ହୋଇଥିବା ବେଳେ ସେ କାମ କରିବାକୁ ଅକ୍ଷମ ଥିବା ଜାଣି ସୁଦ୍ଧା ଠିକାଦାର ତାକୁ ଜୋର ଜବରଦସ୍ତ ପ୍ରତ୍ୟେକ ଦିନ ୧୨ ଘଣଟା କାମରେ ଲଗାଉଥିଲେ। ଦୀର୍ଘ ୧୦ ବର୍ଷ କାମ କରିବା ମଧ୍ୟରେ କେବେବି କୌଣସି ଦିନର ପାଉଣା ଦେଇନଥିବା ଶାନ୍ତୁନ ଅଭିଯୋଗ କରିଛନ୍ତି। ଏଭଳି ବନ୍ଦୀ ଜୀବନ ବିତାଇ କାମ କରିବା ଭିତରେ ସେ ସେଠାରୁ ମୁକୁଳି ଗାଁକୁ ଫେରିବା ପାଇଁ ବାଟ ଖୋଜୁଥିଲେ ସୁଦ୍ଧା ସମସ୍ତ ବାଟ ତା ପାଇଁ ବନ୍ଦ ହୋଇଯାଇଥିଲା।


ହେଲେ ବହୁବର୍ଷ ପରେ ସେହି କମ୍ପାନୀରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଓଡିଆ ଯୁବକ ଖୋର୍ଦ୍ଧା ଅଂଚଳର ରଶ୍ମି ରଞ୍ଜନ ଜେନା ୬ ମାସ ତଳେ ଶାନ୍ତୁନ ସହିତ ଦେଖା ହୋଇଥିଲେ। ସମସ୍ତ ବିଷୟରେ ଶାନ୍ତୁନଙ୍କ ଠାରୁ ଶୁଣିବା ପରେ ତାକୁ ଓଡିଶା ଫେରାଇ ଆଣିବା ପାଇଁ ସେ ପ୍ରୟାସ ଆରମ୍ଭ କରିଦେଇଥିଲେ।

ପ୍ରଥମେ ନୟାଗଡ ଅଂଚଳର ଜଣେ ସାଙ୍ଗକୁ ରଶ୍ମି ଯୋଗାଯୋଗ କରିବା ପରେ ବିଭିନ୍ନ ପ୍ରକାରର ପ୍ରୟାସ କରି ଆଜି ଶାନ୍ତୁନଙ୍କୁ ଓଡିଶା ଆଣିବାରେ ସେ ସଫଳ ହୋଇଥିଲେ। ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଏ ବିଷୟରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁରଙ୍କୁ ଘଟଣାର ତଦନ୍ତ ପାଇଁ ନିେର୍ଦ୍ଦଶ ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ଶାନ୍ତୁନଙ୍କ ଗ୍ରାମର କିଛି ଲୋକଙ୍କୁ ଖବର ଦିଆଯିବା ସହ ଆଜି ସନ୍ଧ୍ୟା ସମୟରେ ତାକୁ କାଳମ୍ବାରେ ପଂହଚାଇ ଥିଲେ।

Post a Comment

0 Comments