ହତ୍ୟା ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ।


 ଆଠଗଡ଼(ବ୍ୟୁରୋ): ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗୁଳିମାଡ଼ ଓ ହତ୍ୟା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ କୁଆଠଗଡ଼ ପୋଲିସ୍ ଗିରଫ କରିବାରେ ସଫଳତା ପାଇଛି ।କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଥାନା ଏସ ଆଇ ବିଶ୍ୱଜିତ୍ ଜେନାଙ୍କ ନେତୃତ୍ବରେ  ଏକ  ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳରୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଗିରଫ ବେଳେ ତା ନିକଟରୁ ଏକ ମାଉଜର ଏବଂ ୩୫  ଟି ଜୀବନ୍ତ ଆଠଗଡ଼ ପୋଲିସ୍ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ଗୁଳି ମଧ୍ୟ ଜବତ କରିଛି ପୋଲିସ। ଏହି ଗୁଳିମାଡ଼ ହାତ୍ୟା କାଣ୍ଡରେ ତିନି ଜଣ ଆହତ ହୋଇଥିବା ବେଳେ ବଂଶୀଧର ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସୂଚନା ଯୋଗ୍ୟ ଯେ,ଗତ ଫେବୁୟାରୀ ମାସରେ ଜେନାପଦା ମଝି ସାହିରେ ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତ ସଦାନନ୍ଦ ଦାସ ତିନି ଜଣ ଙ୍କୁ ଗୁଳି ମାଡ଼ କରି ଫେରାର ରହିଥିଲା ।ଆଠଗଡ଼: ହତ୍ୟା ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ। ଫେବ୍ରୁଆରୀ ୧୩ରେ ଜେନାପଦାଦେଶ ଗାଁରେ ଗୁଳିକରି ଜଣଙ୍କୁ ହତ୍ୟା କରିଥିଲେ , ଅଭିଯୁକ୍ତ ପାଖରୁ ଏକ ପିସ୍ତଲ , ୨ଟି ମାଗାଜିନ୍‍ , ୨୪ଟି ଜୀବନ୍ତ ଗୁଳି , ୩୬ଟି ଖୋକା , ୫ହଜାର ଟଙ୍କା , ମୋବାଇଲ ଓ ଅନେକ ବ୍ୟବହୃତ ସିମ୍ ଜବତ। ଘଟଣାରେ ଏବେ ବି ଅନ୍ୟ ୩ଅଭିଯୁକ୍ତ ଫେରାର!.

Post a Comment

0 Comments