ଦାବି ଗୁଡିକ ହେଲା-
୧. ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ୍ ତିଆରି କରାଯାଉ ।
୨. ଗାଡ଼ିଗୁଡ଼ିକ ପାର୍କ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାର ଏବଂ ଶୌଚାଳୟର ବ୍ୟବସ୍ଥା (ପ୍ରତି ୧୦୦ କି.ମି ଅନ୍ତରରେ )କରାଯାଉ ।
୩. ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ୨୦ଲକ୍ଷ ଟଙ୍କା ବୀମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର ମାନଙ୍କୁ ୧୦ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ ।
୪. ଡ୍ରାଇଭରମାନଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା ଦିଆଯାଉ ।
୫. ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ ।
୬. ଡ୍ରାଇଭରମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଉ ।
୭. ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣ କରାନଯାଉ ।
୮. ୫୫ବର୍ଷ ପରେ ଡ୍ରାଇଭରମାନଙ୍କୁ ପେନ୍ଶନ୍ ରାଶି ଦିଆଯାଉ ।
୯. ଲାଇସେନ ପାଇଁ ଯେଉଁ ୧୫ ହଜାର ଟଙ୍କା ସରକାର ରଖୁଛନ୍ତି ତାକୁ ହଟାଇ ସ୍ଵଚ୍ଛ ମୂଲ୍ୟ ଧାର୍ଯ୍ୟ କରାଯାଉ (ଯେହେତୁ ଡ୍ରାଇଭରମାନେ ଗରିବ ଶ୍ରେଣୀର )।
୧୦.ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଉପଲକ୍ଷେ ଘୋଷଣା କରାଯାଉ ।
0 Comments