ଆଡାସିଂ ଜଙ୍ଗଲରେ ମନମୁଣ୍ଡା ପୋଲିସର ଚଢାଉ ୨୦ କ୍ୟୁଣ୍ଟାଲ୍ ଗଞ୍ଜେଇ ଜବତ




 ଲଗାତାର ଭାବେ ତୃତୀୟ ଥର ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବାରେ ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା l ମନମୁଣ୍ଡା ଶଗଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିକନପା ନିକଟସ୍ଥ ଆଡିସିଂ ଜଙ୍ଗଲରେ ଚିଢାଉ କରି ଏକ କାଳୀନ ଅନ୍ୟତ୍ର ଚୋରା ଚାଲାଣ ପାଇଁ ପ୍ୟାକେଟ କରି ରଖାଯାଇଥିବା ୨୦କ୍ୟୁଣ୍ଟାଲ ୫କେଜି ୭୦୦ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଥିବା ଜଣାପଡିଛି l ତେବେ ପୋଲିସ୍ ଦ୍ଵାରା ହେବାକୁଥିବା ଚଢାଉର ପୂର୍ବ ପାଇ ମାଫିଆ ଓ ସେମାନଙ୍କର ସହଯୋଗୀ ମାନେ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାଯାଇଛି l ପ୍ରାପ୍ତ ସୂଚନା ମତେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ କୌଣସି ସୂତ୍ରରୁ ଖବର ପାଇ ବୁଧୁବାର ବଡ଼ି ସକାଳୁ ଆଡାସିଂ ଜଙ୍ଗଲରେ ଚଢାଉ କରିବା ପାଇଁ ମନମୁଣ୍ଡା ପୋଲିସ୍ କୁ ନିର୍ଦ୍ଦେଶ ଦେଇଥିଲେ l ନିର୍ଦ୍ଦେଶ ପାଇବା ମାତ୍ରେ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଏବଂ ଶଗଡା ଫାଣ୍ଡି ଅଧିକାରୀ ସଦଳ ବଳେ ଘଟଣାସ୍ଥଲ ରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲେ l ବିପୁଳ ପରିମାଣର ଜମା କରାଯାଇଥିବା ଉକ୍ତ ଗଞ୍ଜେଇକୁ ଜବତ୍ କରି ଥାନାକୁ ଆଣିଥିଲେ l ସୂଚନା ଯୋଗ୍ୟ ଗତ ସପ୍ତାହକ ମଧ୍ୟରେ ମନମୁଣ୍ଡା ପୋଲିସ୍ ଶଗଡ଼ା ଫାଣ୍ଡି ଅଞ୍ଚରେ ଲଗାତାର ଭାବେ ବଡ଼ ଧରଣର ଚଢ଼ାଉ କରି ତୃତୀୟ ଥର ପାଇଁ ୨୦କ୍ୟୁଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଧରିବାକୁ ସଫଳ ହୋଇଛି l ତେବେ ଏହି ଗଞ୍ଜେଇ ପଛରେ ଥିବା ଅସଲ ମାଫିଆ ମାନେ କିଏ ତାହା ଠାବ କରିବାରେ ଏଯାଏଁ ପୋଲିସ୍ ସକ୍ଷମ ହୋଇନଥିବାରୁ ପୋଲିସ୍ ଦକ୍ଷତା ଓ ଗୋପନୀୟ ସୂତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ପୋଲିସ୍ ଉଚ୍ଚ କୃତୃପକ୍ଷ ଏହି କଲା ବାବ୍ୟସାୟର ମୁଖ୍ୟ କର୍ପୋଟଦାର ମାଫିଆ ମାନଙ୍କୁ ଧରି ସେମାନଙ୍କ ବିରୋଧରେ ଆଇନଗତ କଠୋରେ କାର୍ଯ୍ୟାନୁଷ୍ଠାନ ନନେବା ପ୍ରଜ୍ୟନ୍ତ ଗଞ୍ଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ ରୂପେ ରୋକ୍ ଲଗାଇବା ସମ୍ଭବପର ନୁହେଁ ବୋଳି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି l ମନମୁଣ୍ଡା ଥାନାରେ ଏ ନେଇ କେଶ ନଂ ୮୦/୨୦୨୩ଅନୁଯାଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ .

Post a Comment

0 Comments