ମହୀପୁର କଲ୍ୟାଣୀ ମଣ୍ଡପ ସମୁଖରେ ନୂଆଗାଁ ଓଡି଼ଶା ଡ୍ରାଇଭର ସଂଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା, ଜାତୀୟ ରାଜପଥଅବରୋଧ କରି ଆନ୍ଦୋଳନ କରାଯାଇଥିଲା. ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ିସବୁ ଅଟକି ରହିଥିଲା. ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲେ ୩ ମାସଭିତରେ ଡ୍ରାଇଭର ମାନଙ୍କ ସମସ୍ୟାକୁ ସମାଧାନ କରାଯିବ. କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନଥିଲେ ନୂଆଗାଁ ବ୍ଲକ ଓଡିଶା ଡ୍ରାଇଭର ସଂଘର ସଦସ୍ୟ ମାନେ. ସେମାନେ ଆନ୍ଦୋଳନକୁ ତୀବ୍ରତର କରିଥିଲେ. ନୟାଗଡ଼ ପୋଲିସ ପ୍ରଶାସନ ଉକ୍ତ ସ୍ଥାନରେ ପହଂଚି ସଂଘର ସଦସ୍ୟଙ୍କୁ ବୁଝା ସୁଝା କଲା ପରେ ଏହି ଆନ୍ଦୋଳନରୁ ନୂଆଗାଁ ଓଡିଶା ଡ୍ରାଇଭର ସଂଘ ଓହରିଥିଲା. ଯାତାୟାତ ସ୍ୱାଭାବିକ ହୋଇଥିଲା. Ama Nuagaon24 #ନୟାଗଡ଼ #Odisha.
0 Comments