ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା କମ୍ପୁଟର ସେଣ୍ଟର ମଧ୍ୟରେ ସମ୍ବାଦ ସାହିତ୍ଯ ଘର ଅନୁ କୁଲ୍ୟରେ ଓଡିଆ ମାନଙ୍କ ପାରମ୍ପରିକ ପର୍ବର ପଖାଳ ଦିବସ ଅନୁଷ୍ଠିତ ହୋଇଯାଇଛି ।ଆଜିର ସଭାରେ ସମ୍ବାଦ ସାହିତ୍ଯର ସଭାପତି ମଦନ ମୋହନ ପ୍ରଧାନ ,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ,ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ ତତ ସାହିତ୍ଯ ନୂଆଗାଁ ସମ୍ବାଦ ପ୍ରତିନିଧି ବିଶ୍ଵଜିତ ଖଣ୍ଡୁଆଲ ଏହିସଭାକୁ ଆୟୋଜନ କରିଥିଲେ । ତତ ସହିତ କେନ୍ସୋଫ୍ଟ କୋମ୍ପୁଟରର ଛାତ୍ର ଛାତ୍ରୀ ଆଜିର ସଭାରେ ଯୋଗ ଦେଇଥିଲେ । ସାହିତ୍ଯ ଘରର ସଭାପତି ମଦନ ମୋହନ ପ୍ରଧାନ ଓଡିଶାର ଓଡିଆ ମାନଙ୍କର କଳା ସଙ୍କୃତି କୁ ନେଇ କିଭଳି ସମସ୍ତ ପର୍ବ ପର୍ବାଣି ଅନୁଷ୍ଠିତ ହୋଇଛି ଯାହାକି ମଣିଷର ପ୍ରତେକ କାର୍ଯ୍ୟ ସଇଲ୍ଲୀ ସହିତ ଓତପ୍ରତ ଭାବରେ ଜଡିତ ତାହାକୁ ବିଭିର୍ଣ୍ଣ ଉଦାହରଣ ଦେଇ ବୁଝାଇ ଥିଲେ । ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଆମ୍ଭ ମାନଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନିକଟରେ ମଧ୍ୟ ଏହି ପଖାଳ ଟଙ୍କ ତୋରାଣି ଭାବରେ ସାରା ବିଶ୍ବରେ ସୁ ପରିଚିତ । ସେହିପରି ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ନିଜ ଅଭିଭାଷଣରେ ଆମେ ମନେ କିଭଳି ଆଧୁନିକତାର ବଶବର୍ତୀ ହୋଇ ଓଡିଆ ପ୍ରଥା ପରମ୍ପରା କୁ ଭୁଲି ଯାଉଛେ ତାହାକୁ ମନେପକାଇ ପାଇଁ ମାଧ୍ୟମ ହେଉଛି ଏହି ସବୁ ଦିବଶ । ଠିକ ସେହିଭଳି ଆଜି ହେଉଛି ମାର୍ଚ ମାସ ୨୦ ତାରିକହକୁ ପଖାଳ ଦିଆବ୍ସ ଭାବରେ ପାଳନ କରାଯାଏ ।ତତ ସହିତ ବିଭିର୍ଣ ରାଜ୍ୟରେ ପଖାଳ କୁ କୌଊ ନାମରେ ପରିଚୟ କରାଯାଏ ସେବିଷୟରେ ମଧ୍ୟ ସଂକ୍ଷିପ୍ତରେ କହିଥିଲେ ।
ଯଥା
ପଖାଳ ଶବ୍ଦ ପାଲି ଭାଷା ପଖାଳିବା ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ । ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ । ଓଡ଼ିଆ ଓ ପଖାଳ ଅଭିନ୍ନ । ଏହା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ । ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଚ୍ଛଳବର୍ଗର ଲୋକଙ୍କ ଯାଏ ସମସ୍ତେ ପଖାଳକୁ ଭଲ ପାଇଥାନ୍ତି । ସେଥିପାଇଁ ଓଡ଼ିଶାର ପଖାଳ ପାରମ୍ପରିକ ଖାଦ୍ୟ ଭାବେ ପରିଚିତ । ଖରିଦିନେ ପେଟରେ ପଖାଳ ଗଣ୍ଡେ ପଡିଗଲେ ଯେଉଁ ଆତ୍ମତୃପ୍ତି ମିଳେ।
ଶେଷରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାନ କରଯାଇଥିଲା ।
0 Comments