ରାଇକିଆ ରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

 



ରାଇକିଆ,୯/୩- କନ୍ଧମାଳ ଜିଲ୍ଲା ରାଇକିଆ ଆଥଲେଟିକ ଆସୋସିଏସନ୍ ପଡ଼ିଆ ଠାରେ ଦୁଇ ଦିନ ଧରି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବ୍ଲକ୍ ପ୍ରଶାସନ ଏବଂ ସ୍ବେଛାସେବୀ ସଂଗଠନ ସାହାରା ତରଫରୁ ମିଳିତ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ,  ବିଡ଼ିଓ ଶରତ ପାତ୍ର, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ମଣ୍ଡାକିଆ ସମିତି ସଭ୍ୟ କୃଷ୍ଣପ୍ରୀୟା ପ୍ରଧାନ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ ଯୋଗଦେଇଥିଲେ । ଅତିଥି ମାନେ ସମ୍ପତିକ ପରିସ୍ଥିତି ରେ ମହିଳା ସଶକ୍ତିକରଣ କିପରି ଦେଶର ବିକାଶ ରେ ପ୍ରମୁଖ ଭୂମିକା ନେଇଛି । ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଅର୍ଥନୈତିକ ଅଗ୍ରଗତି ରେ ପ୍ରମୁଖ ଭୂମିକା ନେଇଛନ୍ତି ବୋଲି କହିଥିଲେ।ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ଯ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ପୂର୍ବରୁ ଏହି ଦିବସ ଅବସର ରେ ଏକ ସଚେତନତା ରାଲି ଅନୁଷ୍ଠିତ ହେବା ସହ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାହାରା ସଂପାଦକ ସୁକାନ୍ତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓବହୁମହିଳା ମାନେ ଥିଲେ। ରାଇକିଆ ରୁ ଜଗଦୀଶ ଦାଶ


Post a Comment

0 Comments