ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା ରାତି ସାରା

 


ନୟାଗଡ ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାର ସୁଯୋଗ ନେଇ କିଛି ଯୁବକ ୪୦ ଲକ୍ଷ ଟଙ୍କା ଲୁଟ ନେଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ତହସିଲ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ ଡିସିମିଲ ଜାଗା ଯାଇଥିଲା । ଏଥି ନିମନ୍ତେ ତାଙ୍କୁ ୪୦ ଲକ୍ଷ ଟଙ୍କା ମିଳିଥିଲା ।

ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ ଜଣ ନେଇ ଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧଙ୍କ କହିବା ଅନୁଯାଇ ମୁଁ କିଛି ପାଠ ପଢ଼ିନି କି କିଛି ଜାଣିନି । ମୋ’ ଠୁ ଟିପ ଚିହ୍ନ ନେଇ ୩ ଯୁବକ ମୋ ଆକାଉଣ୍ଡରୁ ୪୦ ଲକ୍ଷ ନେଇଗଲେ । ଏବେ ବ୍ୟାଙ୍କ କର୍ମଚାରୀଙ୍କୁ କହିଲେ କିଛି ଶୁଣୁ ନାହାନ୍ତି । ବ୍ୟାଙ୍କ କହୁଛି ଥାନାକୁ ଯାଅ, ପୁଲିସ୍ କହୁଛି ବ୍ୟାଙ୍କକୁ ଯାଅ । ଆମେ କେମିତି ଆମ ଟଙ୍କା ଫେରି ପାଇବୁ, କିଛି ଜାଣି ପାରୁନୁ। ତେଣୁ ବ୍ୟାଙ୍କ ଆଗରେ ଧାରଣା ଦେଇଛୁ । ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ସେମାନେ ବୟସ୍କ ରଜନୀଙ୍କ ଠାରୁ ଟିପ ଚିହ୍ନ ନେଇ ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ୪୦ ଲକ୍ଷ ଟଙ୍କା ଫେରି ପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ । ଅପରପକ୍ଷେ ରଜନୀ କହିଛନ୍ତି, ମୁଁ ଅପାଠୁଆ । ଟିପ ଚିହ୍ନ ନେଇ ମୋ ଟଙ୍କା ହାତେଇନେଲେ । 

Post a Comment

0 Comments