ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଅଗ୍ରପୂଜ୍ୟ ଗଣେଶ ଓ ଦେବୀ ସରସ୍ଵାତିଙ୍କର ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ।ଆଜିର ଏହି ବିଗ୍ରହ ପ୍ରତିଷ୍ଠା ସମାରୋହ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,ବିଡିଓ ପ୍ରମୋଦ କୁମାର ନାୟକ ,ନୂଆଗାଁ ସଦର ମହକୁମାରେ ଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷତ୍ରି ,ଅଞ୍ଚଲ ସମସ୍ତ ବୁଦ୍ଧିଜୀବୀ ବିଦ୍ୟାଳୟର ଅଧକ୍ଷ ,ଅଧ୍ୟାପକ ,ଅଧ୍ୟାପିକା,କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ସକାଳ ୮ ଘଟିକା ସମୟରେ ପୂଜା ଓ ହୋମକ କରାଯାଇଥିଲା ।ତତ ପରେ ବିଦ୍ୟାଳୟକୁ ଆସିଥିବା ଅତିଥିମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଶେଷରେ ପ୍ରସାଦ ସେବନ କରଯାଇଥିଲା ।
0 Comments