ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖମାର ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରି ୩ କ୍ୟୁଣ୍ଟାଲ୍ ଗଞ୍ଜେଇ ଓ ଏକ ବାଇକ୍ ଜବତ୍ କଲା କଣ୍ଟାମାଳ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ ଟା ସମୟରେ କଣ୍ଟାମାଳ ପୋଲିସ ଲମ୍ବଶରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୩ କ୍ୟୁଣ୍ଟାଳ ଗଞ୍ଜେଇ ଜବତ କରିବା ସହ ହିତ ସେଠାରୁ ଏକ ହିରୋ ହୋଣ୍ଡା ସ୍ପେଲେଣ୍ଡର ବାଇକ୍ କୁ ଜବତ୍ କରିଛି l ଏନେଇ କଣ୍ଟାମାଳ ପୋଲିସ ଥାନା ରେ ୬୬/୨୦୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ l
0 Comments