ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ୬ ପରୀକ୍ଷା କେନ୍ଦ୍ରରରେ ୧୧୨୧ ଛାତ୍ର ଛାତ୍ରୀ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ହେବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତବକ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ଘଣ୍ଟାଏ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର lଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। କାଲିଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍ସିଲ୍ ଜେମେଟ୍ରି ବକ୍ସ ନେଇଯିବେ। ଅନ୍ୟ ଜିନିଷ ପରୀକ୍ଷାକେନ୍ଦ୍ରକୁ ପିଲାମାନେ ନେଇ ଯାଇପାରିବେ ନାହିଁ। ଏହାସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍ ଅଫ୍ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ।
ନୂଆଗାଁ ବ୍ଲକ ହେବାକୁଥିବା ୬ ପରୀକ୍ଷାକେନ୍ଦ୍ର ସମୁଦାୟ ୧୧୨୧ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେବେ । ଯଥା ବାହାଡଝୋଲା ହାଇସ୍କୁଲ ରେ ୩ ସ୍କୁଲ ରୁ ୧୫୦ ଛାତ୍ର ଛାତ୍ରୀ ,ଗ୍ରାମପଞ୍ଚାୟତ ବିଦ୍ୟାପୀଠ ବେରୁଆବାରି ୨ ଟି ସ୍କୁଲରୁ ୧୨୬ ,
ଜଗନ୍ନାଥପ୍ରସାଦ ହାଇସ୍କୁଲ ରେ ୪ ଟି ସ୍କୁଲର ୧୩୬ ,ଜନଶକ୍ତି ହାଇସ୍କୁଲ ଚାହାଳି ୪ ଟି ସ୍କୁଲର ୨୨୭ ,ମହିପୁର ନୋଡାଲ ହାଇ ସ୍କୁଲରେ ୫ଟି ସ୍କୁଲର ୨୨୮ ସେହିପରି ନୂଆଗାଁ ହାଇସ୍କୁଲ ରେ ୪ଟି ସ୍କୁଲର ୨୫୪ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ସମୁଦାୟ ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରରେ ମୋଟ ୧୧୨୧ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ ।
0 Comments