ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ନିର୍ବାଚନ ବାତାବରଣ ଉଷ୍ମ ହେଉଥିବା ବେଳେ ବିଜେପିର କେନ୍ଦ୍ର ନେତୃତ୍ଵଙ୍କ ଘନ ଘନ ଗସ୍ତ ତାତିକୁ ଅଧିକ ବଢ଼ାଇଛି। ଏହି କ୍ରମରେ ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା। ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ ଆୟୋଜିତ ଦଳୀୟ ସଭାରେ ନେତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ! ଧାମନଗର ବିଜୟ ଦଳକୁ ସଞ୍ଜୀବନୀ ଦେଇଥିବା ବେଳେ ଶାହଙ୍କ ଗସ୍ତ ଦଳକୁ ଅଧିକ ଫାଇଦା ଦେବ ବୋଲି ଆଶା ରହିଛି ରାଜ୍ୟ କ୍ୟାମ୍ପ। ରାଜନୈତିକ ସମୀକ୍ଷକଙ୍କ ମତରେ ନିର୍ବାଚନ ଦୃଷ୍ଟିକୋଣରୁ ଆକ୍ରମଣାତ୍ମକ ଭୂମିକାକୁ ଓହ୍ଲାଇଛି ବିଜେପି। ଶାହଙ୍କ ଓଡ଼ିଶା ଗସ୍ତ ରାଜ୍ୟ ନେତୃତ୍ଵଙ୍କୁ ଅଧିକ ଶକ୍ତି ଯୋଗାଇବ। ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶାହ। ଦିନିକିଆ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ନେଇ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ। ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଶାହ। କାର୍ଯ୍ୟକର୍ତ୍ତାଙ୍କ ସହ ଭେଟଘାଟ କରିବେ ଏବଂ ମୋରାଲ ସପୋର୍ଟ ଦେବେ! ଜନସଭାରେ ୫୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏହି ଜନସଭାରେ ସାମିଲ ହେବେ। ତାପରେ ଭୁବନେଶ୍ୱର ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ଏବଂ ରଣନୀତି ପ୍ରସ୍ତୁତ କରିବେ। ଶେଷରେ ସେହି ଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ଅମିତ ଶାହ। ଅମିତ୍ ସାହାଙ୍କ ଗସ୍ତ ରାଜ୍ୟ ବିଜେପି କୁ ଅଧିକ ବଳ ଯୋଗାଇବ। ତାଙ୍କ ଗସ୍ତ ଯୋଗୁଁ ରାଜ୍ୟ ବିଜେପିର ଶକ୍ତି ବଢ଼ିଛି। ଯେତେବେଳେ ଆସିଚନ୍ତି ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛି। ୨୬ ତାରିଖରେ ବି ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ଆଟାକ କରିବେ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର!.୧୨ ଲୋକସଭା କ୍ଷେତ୍ରକୁ ଫୋକସ କରିଛି ବିଜେପି। ଏଥିସହ ୨୦୧୯ ରେ ହାରିଥିବା ସମସ୍ତ ଲୋକସଭା ସିଟ ପାଇଁ ସ୍ଵତନ୍ତ୍ର ରଣନୀତି କରିଛି। ବିଭିନ୍ନ ଲୋକସଭା କ୍ଷେତ୍ରକୁ କେନ୍ଦ୍ର ନେତୃତ୍ଵଙ୍କ ତୁହାକୁ ତୁହା ଗସ୍ତ ଲାଗି ରହିଥିବା ବେଳେ ଆସନ୍ତା ୨୬ ରେ ଭଦ୍ରକ ଆସିବେ ବିଜେପିର ଚାଣକ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପ୍ରବାସ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ସହ କରିବେ ଆଲୋଚନା। ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଦଳକୁ ଦେଇଛି ସଂଜୀବନୀ। ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭଦ୍ରକ ଆସିଥିବା ବେଳେ ସାହାଙ୍କ ଗସ୍ତକୁ ନେଇ ନେତା ଉତ୍ସାହିତ। ୨୦୧୪ରେ ଭଦ୍ରକ ଲୋକସଭାରେ ତୃତୀୟ ସ୍ଥାନରେ ଥିବା ବିଜେପି ୨୦୧୯ ରେ ଦ୍ଵିତୀୟ ସ୍ଥାନକୁ ଉଠିବା ସହ ମାତ୍ର ୩୦ ହଜାର ପାଖାପାଖି ଭୋଟରେ ପଛରେ ପଡ଼ିଥିଲା। ଶାହାଙ୍କ ଗସ୍ତ ଭଦ୍ରକରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ଉପକୂଳରେ ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି ଦଳ ଆଶା ବାନ୍ଧିଛି!.ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି କେବଳ ଶାହ ନୁହନ୍ତି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃତ୍ୱ ବି ଆସିବେ। ନେତାଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟ କ୍ୟାମ୍ପ ବେଶ୍ ଚଳଚଞ୍ଚଳ ହୋଇଛି। ୨୦୧୯ରେ ପଶ୍ଚିମ ଓଡ଼ିଶାର ୫ ରୁ ୫ ଲୋକସଭା ସିଟରେ ବାଜିମାତ କରିଥିଲେ ବି ଉପକୂଳରେ ଭୁବନେଶ୍ୱର ଓ ବାଲେଶ୍ଵରକୁ ଛାଡି ଅନ୍ୟ ସବୁଠି ଫେଲ ମାରିଥିଲା ବିଜେପି। ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଦଳ ସ୍ୱତନ୍ତ୍ର ରଣନୀତି ସହ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଟାସ୍କ ଦେଇଛି। କ୍ଷେତ୍ରୀୟ ପ୍ରଭାରୀ ନିୟମିତ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ରୁଦ୍ଧଦ୍ଵାର ବୈଠକ କରି ନେଉଛନ୍ତି ଫିଡବ୍ୟାକ୍। ରାଜନୀତିକ ସମୀକ୍ଷକ ରବି ଦାସ କହିଛନ୍ତି ବିଭିନ୍ନ ପ୍ରସଂଗରେ ଆକ୍ରମଣତ୍ମକ ଭୂମିକାକୁ ଓହ୍ଲାଇଛି ବିଜେପି। ରାଜ୍ୟରେ ଶାସକ ଦଳ ବିଜେପି କୁ କଡ଼ା କାଉଣ୍ଟର କରୁଥିବା ବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆଟାକ କରୁଛି ରାଜ୍ୟ କ୍ୟାମ୍ପ। ଏଭଳି ସ୍ଥଳେ ଶାହଙ୍କ ଓଡ଼ିଶା ଗସ୍ତ ରାଜ୍ୟ ନେତୃତ୍ଵଙ୍କୁ ଅଧିକ ଶକ୍ତି ଯୋଗାଇବ l.
0 Comments