ମାଳିସାହି ଫାଣ୍ତି ନିକଟରେ ବାଣ ବିସ୍ଫୋରଣ




ଆଜି ସନ୍ଧ୍ୟା ସମୟରେ ନୟାଗଡ ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ତି ନିକଟରେ ବାଣ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି। ବାଣ ବିସ୍ଫୋରଣ ପରେ ଏକ ପାଳଗଦାରେ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପ୍ରଥମେ ନିଆଁକୁ ଆୟତ କରାଯାଇଥିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିବା ଜଣାପଡିଛି।


ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ମାଳିସାହି ଫାଣ୍ତି ସମେତ ପଂଚାୟତ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ଏବଂ ବିଦ୍ୟାଳୟ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ପାଖାପାଖି ଗୋଟିଏ ସ୍ଥାନରେ ଅବସ୍ଥିତ। ଆଜି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ଫାଣ୍ତି ନିକଟରେ କିଛି ବାଣ ରଖିଦେଇ କେଉଁଆଡେ ଚାଲିଯାଇଥିଲେ। ଏହାପରେ କୌଣସି କାରଣ ବସତଃ ହଠାତ୍ ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ପ୍ରାୟ କିଛି ସମୟ ଧରି ବାଣ ବିସ୍ଫୋରଣ ହେବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଘଟଣାସ୍ଥଳରେ ରୁଣ୍ତ ହୋଇଯାଇଥିଲେ। ବାଣ ବିସ୍ଫୋରଣ ହେବା ଫଳରେ ପାଖରେ ଥିବା ଏକ ପାଳଗଦାରେ ନିଆଁ ଲାଗିଯାଇଥିଲା। ହେଲେ ଭୟରେ ନିଆଁ ଲାଗିଥିବା ସ୍ଥାନକୁ କେହି ଯାଇନଥିଲେ। ବାଣ ବିସ୍ଫୋରଣ ବନ୍ଦ ହେବାର କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ କରିଥିବା ବେଳେ ବାକି ନିଆଁକୁ ଅଗ୍ନିଶମ ବାହିନୀ ଆସି ଲିଭାଇଥିଲା।


Post a Comment

0 Comments