ଲିଭର ସିରୋସିସ୍ ରୋଗ କ’ଣ?

 


ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ । ଲିଭରଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍ । ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ । ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ ।


❣️ମନରେ ପ୍ରଶ୍ନ ଆସୁଥାଇପାରେ- ଲିଭର ସିରୋସିସ୍ ରୋଗର ଲକ୍ଷଣ କ’ଣ?


📝 ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭବ ହୁଏ । ଲିଭର ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି । ରୋଗ ହେଲେ ଭୋକ କମ ଲାଗିଥାଏ । ବିନାକାରଣରେ ଶରୀରର ଓଜନ ହ୍ରାସ ପାଏ । ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ । ପାଦ ଓ ହାତ ନାଲି ପଡ଼ିଯାଏ । ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ ।


ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ । ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ । ଗୋଡ଼ର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ । ଜଣ୍ଡିସ୍ ଭଳି ରୋଗ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ ।

Post a Comment

0 Comments